Latest Odisha News

ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡରେ ଏଟିଏମ୍ ଲୁଟ୍ । ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ଟଙ୍କା ଲୁଟିନେଇଥିବା ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଶିଶୁପାଳଗଡ ଇନ୍ଦିରା କଲୋନୀରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତ ମାନେ ଲୁଟ କରିଛନ୍ତି ।

ଏଟିଏମକୁ କାଟି ପ୍ରାୟ ୧୭ ଲକ୍ଷ ୧୪ ହଜାର ଟଙ୍କା ଲୁଟିନେଇଛନ୍ତି ଦୁବୃର୍ତ୍ତ ମାନେ । ଏହି ଲୁଟ ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛିା ଦୁର୍ବୃତ୍ତ ମାନେ ବୁର୍ଖା ପିନ୍ଧି ଲୁଟ କରିଥିବା ସିସିଟିଭି କ୍ୟାମେରାରେ କଏଦ ଭିଡିଓରୁ ଜଣାପଡିଛି । ଘଟଣା ସ୍ଥଳରେ ଧଉଳି ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.