Latest Odisha News

ଶ୍ରୀଲଙ୍କାରେ ଭାରତ ପହଞ୍ଚାଇଲା ୭୬ ହଜାର ମେଟ୍ରିକ ଟନ ତୈଳ ଇନ୍ଧନ

ଆବଶ୍ୟକ କଲେ ଆକାଶପଥରେ ମଧ୍ୟ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ଭାରତ

ଭୁବନେଶ୍ୱର: ପଡ଼ୋଶୀ ଶ୍ରୀଲଙ୍କା ଘୋର ସଂକଟ ଭିତରେ ଗତି କରୁଛି । ଭାରତ ଘନିଷ୍ଠ ସହଯୋଗୀ ଓ ଉଦାର ପଡ଼ୋଶୀ ହିସାବରେ ସାହାଯ୍ୟର ହାତ ବଢ଼େଇ ଚାଲିଛି । ତୈଳ ଇନ୍ଧନ, ଗ୍ୟାସ ଓ ଖାଦ୍ୟ ସାମଗ୍ରୀରେ ସବୁ ପ୍ରକାର ସାହାଯ୍ୟ କରିଆସିଛି ଭାରତ । ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛି ୭୬ ହଜାର ମେଟ୍ରିକ ଟନ୍ ତୈଳ ଇନ୍ଧନ ।

ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏ ସଂପର୍କରେ ଟ୍ୱିଟ କରି ଜଣାଇଛି । ଜଳପଥରେ ୩୬ ହଜାର ମେଟ୍ରିକ ଟନ ପେଟ୍ରୋଲ ଓ ୪୦ ହଜାର ମେଟ୍ରିକ ଟନ ଡିଜେଲ ଭାରତ ପକ୍ଷରୁ କ୍ରେଡିଟ ଲାଇନ ଚୁକ୍ତି ହିସାବରେ ପହଞ୍ଚିଛି ।

ଆଜି ସୁଦ୍ଧା ସମୁଦାୟ ପ୍ରାୟ ୨ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍ ବିଭିନ୍ନ ପ୍ରକାର ତୈଳ ଇନ୍ଧନ ଭାରତ ଶ୍ରୀଲଙ୍କାକୁ ଯୋଗାଇଛି । ପୂର୍ବରୁ ଭାରତ ସୂଚାଇଛି ଯେ, ଶ୍ରୀଲଙ୍କା ଆବଶ୍ୟକ କଲେ ଆକାଶପଥରେ ମଧ୍ୟ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ।

Comments are closed.