Latest Odisha News

ରଞ୍ଜନ ପ୍ରଧାନ ପାଇବେ ‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର

ଭୁବନେଶ୍ୱର : ଲେଖକ ରଞ୍ଜନ ପ୍ରଧାନଙ୍କ ଚଳିତ ବର୍ଷ ପାଇଁ ‘ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ପାଇବେ ବୋଲି ପ୍ରତିଭା ରାୟ ଟ୍ରଷ୍ଟ ଏବଂ ଆଦ୍ୟ ପ୍ରକାଶନୀ ପକ୍ଷରୁ ସୂଚନା ଦିଆଯାଇଛି। ପୁରସ୍କାର ସ୍ୱରୂପ ଶ୍ରୀ ପ୍ରଧାନଙ୍କୁ ମାନପତ୍ର, ସ୍ମାରକୀ, ଉତ୍ତରୀୟ ଏବଂ ପଚାଶ ହଜାର ହଜାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ଉପସଭାପତି ଆଦ୍ୟାଶା ଦାସ ସୂଚିତ କରିଛନ୍ତି ।

ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କର ସ୍ମୃତିରେ ୫୦ ବର୍ଷରୁ କମ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ। ଚଳିତ ବର୍ଷ ଶ୍ରୀ ପ୍ରଧାନଙ୍କ ଉପନ୍ୟାସ ‘ବୁଢ଼ା ବଳଙ୍ଗର ମାଝୀ’କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ମଇ ୪ ତାରିଖରେ ସ୍ଥାନୀୟ ଜୟଦେବ ଭବନଠାରେ ଏକ ଭବ୍ୟ ଉତ୍ସବରେ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.