ବିଦ୍ୟୁତ ସଂସ୍କାର ପାଇଁ ଓଡ଼ିଶାକୁ ମିଳିଲା ୨୭୨୫ କୋଟି ଟଙ୍କାର ଋଣ
ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଅର୍ଥ ମନ୍ତ୍ରାଳୟର ମଞ୍ଜୁରୀ
ନୂଆଦିଲ୍ଲୀ: ଓଡ଼ିଶା ସହ ଅନ୍ୟ ୧୦ଟି ରାଜ୍ୟକୁ ବିଦ୍ୟୁତ ସଂସ୍କାର ସକାଶେ ମିଳିଛି ୨୮ ହଜାର ୨୦୪ କୋଟି ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ବିଦ୍ୟୁତ ସଂସ୍କାର ପାଇଁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ଅନୁମତି ମିଳିଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଏହି ଅନୁମତି ଦେଇଛି ।
ଇିଭିନ୍ନ ରାଜ୍ୟମାନଙ୍କ ଠାରୁ ଆସିଥିବା ସଂସ୍କାରକୁ ଅନୁଧ୍ୟାନ କରି ଜିଡିପିର ୦.୫ ପ୍ରତିଶତ ଋଣ ଉଠାଣ ଅନୁମତି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦେଇଥିଲା । ଏହା ୨୦୨୧-୨୨ରୁ ୨୦୨୪-୨୫ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ସକାଶେ ଅନୁମତି ମିଳିଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ଅର୍ଥ ମନ୍ତ୍ରାଳୟ ଏହି ମଞ୍ଜୁରୀ ଦେଇଥିଲା ।
ଏହି କାର୍ଯ୍ୟକ୍ରମରେ, ବିଦ୍ୟୁତ କ୍ଷେତ୍ରରେ ପରିଚାଳନା ଓ ଆର୍ଥିକ ଦକ୍ଷତାରେ ସୁଧାର ଓ ଦୀର୍ଘସ୍ଥାୟୀ ଦେୟ ବିଦ୍ୟୁତ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଉଠାଣ ଅନୁମତି ମିଳିଛି ।
ଏହି ଋଣ ଉଠାଣ ଯୋଗ୍ୟତାରେ ରାଜ୍ୟମାନଙ୍କୁ ବାଧ୍ୟତାମୂଳକ ବିଦ୍ୟୁତ ସଂସ୍କାର ନୀତି ଉଲ୍ଲେଖ ରହିଛି । ଏଥିସହ ନିର୍ଦ୍ଧାରିତ ବେଞ୍ଚମାର୍କ ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ରାଜ୍ୟମାନଙ୍କ ପ୍ରଦର୍ଶନ ଏବଂ ଋଣ ଉଠାଣ ଯୋଗ୍ୟତା ଆକଳନ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ କରିବ ।
୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ସଂସ୍କାର ଆଣିଥିବା ରାଜ୍ୟମାନେ ଏହି ଅତିରିକ୍ତ ଉଠାଣ କରିପାରିବେ । ସଂସ୍କାରରୁ ବାଦ୍ ଥିବା ରାଜ୍ୟ ଚଳିତ ଆର୍ଥିକ ବର୍ଷରେ ସଂସ୍କାର ଆଣିପାରିଲେ, ୨୦୨୨-୨୩ରେ ବ୍ୟବସ୍ଥିତ ଅତିରିକ୍ତ ଋଣ ନେଇପାରିବେ ।
Comments are closed.