Latest Odisha News

BREAKING NEWS

କାନାଡ଼ାକୁ ଭାରତ ରପ୍ତାନୀ ବେବି କର୍ଣ୍ଣ ଆଉ କଦଳୀ

ନୂଆଦିଲ୍ଲୀ: କାନାଡ଼ା ଏବେ ଭାରତରୁ ବେବି କର୍ଣ୍ଣ ଆଉ କଦଳୀ ଆମଦାନୀ କରିବ। ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସହିତ ଏକ ଚୁକ୍ତି କରିଛି କାନାଡ଼ା। ଭାରତ ପାଇଁ ଅବସ୍ଥାପିତ କାନାଡ଼ା ରାଷ୍ଟ୍ରଦୂତ କାମେରନ ମାକେ କୃଷି ସଚିବ ମନୋଜ ଆହୁଜାଙ୍କ ସହ ଆଲୋଚନା କରିଛନ୍ତି।

ବୈଠକରେ ଯୁଗ୍ମ ସଚିବ ପ୍ରମୋଦ କୁମାର ମେହେଦ୍ଦା’ ଉପସ୍ଥିତ ଥିଲେ। ନ୍ୟାଶନାଲ ପ୍ଲାଣ୍ଟ ପ୍ରୋଟେକ୍ସନ ଅରଗାନାଇଜେସନ ଅଫ ଇଣ୍ଡିଆ ଏବଂ କାନାଡ଼ା ମଧ୍ୟରେ ଆଲୋଚନା ହୋଇଥିଲା।

ଫଳସ୍ବରୂପ କାନାଡ଼ା ଭାରତରୁ ବେବି କଣ୍ଣ ଆମଦାନୀ କରିବାକୁ ରାଜି ହୋଇଛି। ଏପ୍ରିଲ ମାସରେ ଡି-୯୫-୨୮ ଅପଡେସନ ପରେ ଆମଦାନୀ କରିବ। ଡି-୯୫-୨୮ ହେଉଛି ପ୍ଲାଣ୍ଟ ପ୍ରୋଟେକ୍ସନ ଇମ୍ପୋଟ’ ଆଣ୍ଡ ଡୋମେଷ୍ଟିକ ମୁଭମେଣ୍ଟ ରିକ୍ବାରମେଣ୍ଟସ ଫର କଣ୍ଣ ଏବଂ ଅଟୋମେଟେଡ ଇମ୍ପୋଟ’ ରେଫରେନ୍ସ ସିଷ୍ଟମ। ଏହି ଚୁକ୍ତି ତ୍ବରାନ୍ବିତ ହେଲେ ଭାରତୀୟ ଚାଷୀ ବେଶ ଉପକୃତ ହେବେ ବୋଲି କୃଷି ମନ୍ତ୍ରାଳୟ କହିଛି।

Comments are closed.