Latest Odisha News

ବୁଷ୍ଟର ଡୋଜର ଦିନକ ଆଗରୁ କମିଗଲା ଟୀକା ଦର

କୋଭାକ୍ସିନ ଓ କୋଭିସିଲ୍ଡ ଉଭୟ ୨୨୫ ଟଙ୍କାରେ ଘରୋଇ ହସ୍ପିଟାଲରେ ବିକ୍ରି ହେବ

ଭୁବନେଶ୍ୱର: ସାରା ଦେଶରେ ଏପ୍ରିଲ ୧୦ରୁ କରୋନା ଟୀକାର ବୁଷ୍ଟର ଡୋଜ ଦିଆଯିବ । ଏହାର ଦିନକ ପୂର୍ବରୁ କମିଯାଇଛି ଟୀକାର ଦର । ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟୀକାକୁ ସର୍ବସାଧାରଣ ପାଇଁ ମାଗଣା କରିଛନ୍ତି ।

କିନ୍ତୁ ସ୍ୱେଚ୍ଛାକୃତ ଭାବେ ବେସରକାରୀ ଡାକ୍ତରଖାନାରେ ନେଉଥିବା ବ୍ୟକ୍ତିଙ୍କୁ ଦେୟଯୁକ୍ତ ଅଟେ । ଏହି ଦେୟଯୁକ୍ତ ଟୀକାର ଦରଟି କମିଯାଇଛି । ଉଭୟ ଟୀକାର ମୂଲ୍ୟ କମି ୨୨୫ ଟଙ୍କା ଧାର୍ଯ୍ୟ ହୋଇଛି । ପୂର୍ବରୁ କୋଭାକ୍ସିନ ଗୋଟିଏ ଡୋଜର ଦର ଥିଲା- ୧୨୦୦ ଟଙ୍କା । ଏବଂ କୋଭିସିଲ୍ଡର ମୂଲ୍ୟ ଥିଲା- ୬୦୦ ଟଙ୍କା ପ୍ରତି ଡୋଜ ।

ଶନିବାର କୋଭିସିଲ୍ଡ ପ୍ରସ୍ତୁତକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟିଆର ସିଇଓ ଆଦର ପୁନାୱାଲା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଆଦର ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ପରେ ଏହି ଟୀକାର ଦର କମାଯାଇଛି ।

ସମସ୍ତ ନାଗରିକଙ୍କୁ ବୁଷ୍ଟର ଡୋଜ ନେବାକୁ ବ୍ୟବସ୍ଥା କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ପ୍ରଶଂସା କରିଛନ୍ତି । ଅନ୍ୟପଟେ କୋଭାକ୍ସିନ ନିର୍ମାତା ଭାରତ ବାୟୋଟେକର ସହପ୍ରତିଷ୍ଠାତା ସୁଚିତ୍ରା ଇଲ୍ଲା ମଧ୍ୟ ସମାନ କଥା ଲେଖି ଦର ହ୍ରାସ ସୂଚନା ଦେଇଛନ୍ତି ।


ଘରୋଇ ହସ୍ପିଟାଲରେ ହେଉଥିବା ଟୀକାକରଣରେ ବାବଦକୁ ୧୫୦ ଟଙ୍କା ପର୍ଯ୍ୟନ୍ତ ସେବା କର ନେଇପାରିବେ ।

Leave A Reply

Your email address will not be published.