Latest Odisha News

BREAKING NEWS

ଛତିଶା ନିଯୋଗ ବୈଠକ : ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ପ୍ରସ୍ତୁତି ନେଇ ଆଲୋଚନା

ପୁରୀ  : ମଙ୍ଗଳବାର ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନରେ ଅନୁଷ୍ଠିତ ହେବ ଏହି ଛତିଶା ନିଯୋଗ ବୈଠକ ।  ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ତେବେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧି ମାନେ ଭାଗ ନେବେ। ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ସହ ରୋଷଘର ବୁଲି ଭଙ୍ଗା ଘଟଣା ଉପରେ ଆଲୋଚନା ହେବ ବୋଲି ଜଣା ପଡିଛି ।

ତେବେ ଏହା ପୂର୍ବରୁ ଦିନ ତିନିଟା ବେଳେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇ ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ପ୍ରସ୍ତୁତ ହେବ। ଛତିଶା ନିଯୋଗ ବୈଠକରେ ଆମାଗୀ ପରିଚାଳନା କମିଟି ବୈଠକ ସମ୍ପର୍କରେ ମଧ୍ୟ ନିଯୋଗ କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯିବାର ଆଶା କରାଯାଉଛି।

Comments are closed.