Latest Odisha News

BREAKING NEWS

ଆଜି ଆକାଶରେ ଚମକିବ ଗୋଲାପି ଜହ୍ନ

ଭୁବନେଶ୍ୱର : ଆଜି ପୂର୍ଣ୍ଣିମାରେ ଆକାଶରେ ଦେଖାଦେବ ଗୋଲାପି ଜହ୍ନ । ଗୋଲାପି ଜହ୍ନ ରାତିରେ ଆକାଶରେ ଚମକି ଉଠିବ ।ଏହି ଗୋଲାପି ଜହ୍ନ ଖବର ଏବେ ସୋସିଆଲ ମିଡିଆରେ ପ୍ରବଳ ପ୍ରଚାରିତ ହେଉଛି । ସେପଟେ ଚର୍ଚ୍ଚା ହେଉଛି ପୂର୍ଣ୍ଣିମାରେ ଗୋଲାପି ଜହ୍ନ ଦେଖାଦେବା କଥାଟି କେତେ ସତ । ଆଜି ରାତିରେ ଆକାଶରେ ସବୁଦିନ ଭଳି ଦେଖାଯାଉଥିବା ଧଳା ଜହ୍ନ ଦେଖାଦେବ ନାଁ ଗୋଲାପି ଜହ୍ନ ଦେଖାଦେବ । ଏହାର କିଛି ସତ୍ୟତା ଦର୍ଶାଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।
ଗୋଲାପି ଚନ୍ଦ୍ର କଣ ?
ଏହା କେବଳ ଏକ ନାମକରଣ ଯାହାକୁ ଉତ୍ତର ଆମେରିକାର ଅଧିବାସୀ ମାନେ ଏପ୍ରିଲ ମାସର ପୂର୍ଣ୍ଣ ଚନ୍ଦ୍ରକୁ ଏପରି ନାମକରଣ କରିଥିଲେ । ଯାହା ଏବେ ମଧ୍ୟ କିଛି ସ୍ଥାନରେ ପ୍ରଚଳିତ ହେଉଛି । ଯେମିତ ହିନ୍ଦୁମାନେ ଏହି ଜୟନ୍ତୀ ରୂପେ ପାଳନ କରନ୍ତି । ସେହିପରି ବୌଦ୍ଧମାନେ ଏହି ପୂର୍ଣ୍ଣିମାକୁ ବିଶେଷ , କରି ଶ୍ରୀଲଙ୍କାରେ ‘ବକ ପୋୟା’ ନାମରେ ପରିଚିତ ।

ଏହି ଦିନ ବୁଦ୍ଧ ଦେବ ଶ୍ରୀଲଙ୍କା ଦ୍ୱୀପ ପୁଞ୍ଜକୁ ଗସ୍ତକରି ସେଠାରେ ଅନେକ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ କରି ଏକ ଯୁଦ୍ଧ ରୋକିଥିଲେ । ବିଭିନ୍ନ ସତ୍ୟତା ଓ ଧର୍ମରେ ପୂର୍ଣ୍ଣ ଚନ୍ଦ୍ରକୁ ଏପରି ଭିନ୍ନ ଭିନ୍ନ ନାମକରଣ କରାଯାଇଛି । ଉତ୍ତର ଆମାରିକାର ଅଧିବାସୀ ମାନେ ଏପ୍ରିଲ ମାସର ପୂର୍ଣ୍ଣ ଚନ୍ଦ୍ରକୁ ଏପରି ନାମକରଣ କରିବାର କାରଣ ହେଲା । ସେଠି ଏହି ସମୟରେ ବସନ୍ତଋତୁର ଆଗମନ ହୋଇଥାଏ ମସ୍ ଫ୍ଲକ୍ସ ନାମକ ଏକ ଲତାରେ ଗୋଲାପୀ ରଙ୍ଗର ଫୁଲଫୁଟି ଚାରିଆଡ ଗୋଲାପୀ ରଙ୍ଗ ଧାରଣ କରିଥାଏ ।

ସେଥିପାଇଁ ଉତ୍ତର ଆମେରିକାର ଅଧିବାସୀମାନେ ଏପ୍ରିଲ ମାସର ପୂର୍ଣ୍ଣ ଚନ୍ଦ୍ରକୁ ପିଙ୍କ୍ ମୁନ ବା ଗୋଲାପୀ ଚନ୍ଦ୍ର ନାମକରଣ କରିଥିଲେ ।ଯାହା ଏବେ ମଧ୍ୟ କିଛି ସ୍ଥାନରେ ପ୍ରଚଳିତ ହେଉଛି ।ଏହାର ଚନ୍ଦ୍ରର ରଙ୍ଗ ସହିତ କୌଣସି ସମ୍ପର୍କ ନାହିଁ । ତେଣୁ ଆଜି ରାତିରେ ଆକଶରେ ଗୋଲାପୀ ଜହ୍ନ ଦେଖାଦେବାର କୌଣସି ସତ୍ୟତା ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନିଟରିୟମର ଉପନିର୍ଦ୍ଦେଶକ କହିଛନ୍ତି ।

Comments are closed.