Latest Odisha News

ସୋମବାରରୁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର: ସୋମବାର ଠାରୁ ଖୋଲିବ ଲୋକାସେବା ଭବନ। ଏହା ସହିତ ଖାରବେଳ ଭବନ ରାଜୀବ ଭବନ ଯିବାକୁ ସାମ୍ବାଦିକ, ସର୍ବସାଧାରଣଙ୍କୁପ୍ରବେଶ ଅନୁମତି ମିଳିବ ଗତ ୧୨ ତାରିଖରେ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରଠାରୁ ପ୍ରାୟ ବର୍ଷ ପରେଜିଲ୍ଲାସ୍ତରୀୟ ରାଜ୍ୟସ୍ତରୀୟ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ମଧ୍ୟ ସୋମବାର ଠାରୁ ଆରମ୍ଭ ହେବ ଏନେଇ ପୂର୍ବରୁ ସାଧାରଣ ପ୍ରଶାସନବିଭାଗ ପକ୍ଷରୁ ସବୁ ବିଭାଗର ପ୍ରମୁଖ ସଚିବ, ସଚିବ, ବିଭାଗୀୟ ମୁଖ୍ୟ, ପୁଲିସ ଡିଜି, ସମସ୍ତ ନିର୍ଦ୍ଦେଶକ, ଜିଲ୍ଲପାଳ ଆରକ୍ଷୀ ଅଧିକ୍ଷକମାନଙ୍କୁ ଜଣାଇଦିଆଯାଇଛି

ଗୃହ ବିଭାଗର ନିଷ୍ପତ୍ତି ଅନୁଯାୟୀ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠକୁ ସୋମବାରଠାରୁସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ସାଧାରଣ ଜନତା ସେମାନଙ୍କ ଆପତ୍ତି ଅଭିଯୋଗ ଏବଂ ସଚିବାଳୟରେ ଅନ୍ୟାନ୍ୟ ସରକାରୀ କାମ ପାଇଁ ପ୍ରବେଶ କରିପାରିବେ ଜନସାଧାରଣ ଏବଂ ଅନ୍ୟମାନେ ପାସ୍ ପାଇଁ ଅନଲାଇନରେ epravesh.odisha.gov.in ମାଧ୍ୟମରେ ପାସ୍ ପାଇଁ ଆବେଦନ କରିାରିବେ ତେବେ ଲୋକସେବା ଭବନକୁ କେବଳ ସ୍ୱୀକୃତପ୍ରାପ୍ତ ସାମ୍ୱାଦିକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିଛି।

Comments are closed.