Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭାଇରାଲ୍ ହେଉଛି ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ରୋବୋଟ୍

କୌଣସି ହିତକର କାମ ନୁହେଁ ବରଂ ମନୋରଂଜକ ଉଦ୍ଦେଶ୍ୟ ନେଇ ଏହି ଭିଡିଓଟିକୁ ପ୍ରସ୍ତୁତ କରାଯାଇଛି

ଭୁବନେଶ୍ୱର: ଅତ୍ୟାଧୁନିକ ଟେକ୍ନୋଲଜି ଜରିଆରେ ଆଜିକାଲି କିଛି ବି ସମ୍ଭବ ହୋଇପାରୁଛି । କରୋନା ମହାମାରୀର ଆଗମନ ହେଉ ଅବା ଚନ୍ଦ୍ରର ଚକ୍କର କାଟିବା । ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରି ନୂଆନୂଆ ଉଦ୍ଭାବନ ସାମ୍ନାକୁ ଆଣିପାରୁଛନ୍ତି । ଏହି ଧାରାରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଏହି ରୋବୋଟ୍ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ଅତୀତରେ ଆଇନ୍‌ଷ୍ଟାଇନ୍‌ଙ୍କର ଅନେକ ରୋବୋଟ୍ ସାମ୍ନାକୁ ଆସିଛି । ହେଲେ ଏହି ଭିଡିଓରେ ଥିବା ଏକ ରୋବୋଟରେ ଆଇନ୍‌ଷ୍ଟାଇନ୍‌ଙ୍କ ମୁଖା ଲାଗିଛି । ରଙ୍ଗାରଙ୍ଗ କେଶ ଓ ରଚନାତ୍ମକ ମୁଖାକୁ ବାଦ୍ ଦେଲେ ଏହି ରୋବୋଟର କାରନାମା ଖୁବ ଭାଇରାଲ୍ ହୋଇଛି ।

ଆଇନ୍‌ଷ୍ଟାଇନ୍‌ଙ୍କ ମୁଖାକୃତ ଏହି ରୋବୋଟର ଅଙ୍ଗଭଙ୍ଗୀ ସୋସିଆଲ୍ ମିଡିଆ ୟୁଜରଙ୍କୁ ଖୁବ ପସନ୍ଦ ଆସିଛି । ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ସହ ତାଳ ମିଶାଇବା ଲାଗି ଏହି ରୋବୋଟକୁ ପ୍ରୋଗ୍ରାମ କରାଯାଇଛି । କୌଣସି ହିତକର କାମ ନୁହେଁ ବରଂ ମନୋରଂଜକ ଉଦ୍ଦେଶ୍ୟ ନେଇ ଏହି ଭିଡିଓଟିକୁ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.