Latest Odisha News

BREAKING NEWS

ଓମଫେଡ୍ କ୍ଷୀର ହେଲା ମହଙ୍ଗା, ୨୧ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଓମଫେଡ୍ କ୍ଷୀରର ଦାମ ବଢ଼ିଲା । ଲିଟର ପିଛା ୨ ଟଙ୍କା ବଢାଇବାକୁ ଓମଫେଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବଜାରରେ ଏବେ ୫୦୦ ଗ୍ରାମ କ୍ଷୀରର ଦାମ ୨୩ ଟଙ୍କା ରହିଛି । ନୂଆ ଦର ଅନୁଯାୟୀ ୨୧ ତାରିଖରୁ ଏହି କ୍ଷୀରର ଦାମ ୨୪ ଟଙ୍କା ହୋଇଯିବ ।

କୃଷକଙ୍କ ମୂଲ୍ୟ ବୃଦ୍ଧି, ଚାରାର ଦର ବୃଦ୍ଧି, ପ୍ୟାକେଜିଂ ଏବଂ ପରିବହନ ଦର ବୃଦ୍ଧି ପାଇଁ କ୍ଷୀର ଦର ବଢ଼ାଇବାକୁ କମ୍ପାନୀ ନିଷ୍ପତ୍ତି ନେଇଛି ବୋଲି କହିଛି। ଉଲ୍ଲେଖଯୋଗ୍ୟ, ତେଲ ଦର ବୃଦ୍ଧି ପରେ ଦେଶର ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ୟାକେଜିଂ ଫୁଡ ଆଇଟମର ଦର ବଢିଚାଲିଛି। ବଜାରରେ ଓମଫେଡର ତିନି ପ୍ରକାରର କ୍ଷୀର ବିକ୍ରି ହୁଏ । ଗୋଟିଏ ଓମଫେଡ ପ୍ରିମିୟମ, ଓମଫେଡ୍ ଗୋଲ୍ଡ ଏବଂ ଅନ୍ୟଟି ଓମଫେଡ୍ ଟୋନଡ କ୍ଷୀର । ସେହିପରି ଓମଫେଡର ପନିର, ଦହି, ମିଠା ଦହି, ଘୋଳ ଦହି ଆଦିର ଦର ବୃଦ୍ଧି ହେବ କି ନାହିଁ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

Comments are closed.