Latest Odisha News

BREAKING NEWS

ନିତିନ ଓ ପ୍ରତାପଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀଯୁକ୍ତ ଗଡକରୀଙ୍କ ସହ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ମନ୍ତ୍ରଣାଳୟର କାର୍ଯ୍ୟାଳୟ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ନିଯୁକ୍ତି ସୃଷ୍ଟି ମାଧ୍ୟମରେ ଦେଶର ଅର୍ଥନୈତିକ ବିକାଶ କରିବା ଏବଂ ଏମଏସଏମଇ ହେଉଛି ଏକ ପ୍ରମୁଖ ମନ୍ତ୍ରଣାଳୟ । ଯାହାକି ଦେଶର ଗ୍ରାମାଞ୍ଚଳ, ଅର୍ଦ୍ଧ-ସହରାଞ୍ଚଳ ଏବଂ ସହରାଞ୍ଚଳ ମାନଙ୍କରେ ନିଯୁକ୍ତି ସୃଷ୍ଟି କରିପାରିବ” ।

ଆହୁରି ମଧ୍ୟ ଆମଦାନୀର ବିକଳ୍ପ ସୃଷ୍ଟି କରିବା ବର୍ତ୍ତମାନ ସମୟର ଏକ ବଡ ଆହ୍ୱାନ ପାଲଟିଛି । ଆମଦାନୀ ହ୍ରାସ କରିବା ଲାଗି ଘରୋଇ ବଜାରରେ ଆବଶ୍ୟକୀୟ ସାମଗ୍ରୀର ନିର୍ମାଣ ପାଇଁ ଦେଶର ଏମଏସଏମଇ ଉଦ୍ୟୋଗ ଗୁଡ଼ିକ ଅଧିକ ଯୋଗଦାନ କରିପାରିବେ ବୋଲି ଶ୍ରୀଯୁକ୍ତ ଗଡକରୀ ପ୍ରକାଶ କରିଛନ୍ତି ।

ଉଭୟ ମନ୍ତ୍ରୀଙ୍କୁ ଏମଏସଏମଇ ସଚିବ ଡଃ ଅରୁଣ କୁମାର ପଣ୍ଡା, କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସକସେନାଙ୍କ ବ୍ୟତିତ ଅନେକ ବରିଷ୍ଠ ପଦାଧିକାରୀମାନେ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.