Latest Odisha News

BREAKING NEWS

କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଅନ୍ୟ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସ୍କା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୋଲିସ ବୁଧବାର ଦିନ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗିରଫ ୪ ଅଭିଯୁକ୍ତମାନଙ୍କୁ କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଗିରଫ କରାଯାଇଥିବା ନେଇ ଜଣାପଡିଛି । ସୋମନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ୩ଟି ବାଇକ ଓ ୨ଟି ଛୁରୀ ଜବତ କରିଛି । ଉକ୍ତ ୫ ଅଭିଯୁକ୍ତଙ୍କୁ ପଚରଉଚରା କରିବା ପରେ ବ୍ରହ୍ମପୁର ପଠାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଏଥିସହିତ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ମେ’ ୩୦ ତାରିଖରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତି ନେଇ ୨ ଅଭିଯୁକ୍ତ ହୃଷି ପାତ୍ର ଓ ଗଣେଶ ନାୟକଙ୍କୁ ବ୍ରହ୍ମପୁର ଅଞ୍ଚଳରୁ ଗିରଫ କରିଥିଲା ।

ଆହୁରି ମଧ୍ୟ ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁଙ୍କ ବିରୋଧରେ ପୋଲିସ ଏକ ଲୁକଆଉଟ୍ ସର୍କୁଲାର ଜାରି କରିଛି ।

Leave A Reply

Your email address will not be published.