Latest Odisha News

BREAKING NEWS

କାଳବୈଶାଖୀ ଆଶଙ୍କା: ୯ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସଦ୍ୟ ବୁଲେଟିନ୍ ଅନୁଯାୟୀ ନୂଆପଡା, ବଲାଙ୍ଗିର, ବରଗଡ, କଳାହାଣ୍ଡି, ବୌଦ୍ଧ, ସୋନପୁର,ନବରଙ୍ଗପୁର, ସୁନ୍ଦରଗଡ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି.ବେଗରେ ପବନ ବୋହିବା ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ରାତି ୮ଟା ୩୦ମି. ମଧ୍ୟରେ ବର୍ଷା ସହ ଝଡତୋଫାନର ସତର୍କ ସୂଚନା ଜାରି କରିଛି ।

Leave A Reply

Your email address will not be published.