Latest Odisha News

BREAKING NEWS

ଆରଜେଡି ଛାଡିବେ ତେଜପ୍ରତାପ

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ ଛାଡିବେ ବୋଲି ଘୋଷଣା କରିଛନ୍ତି । ସୋସିଆଲ ସାଇଟରେ ସେ ଏ ନେଇ ଘୋଷଣା କରିବା ପରେ ବିହାର ରାଜନୀତି ସରଗରମ ହୋଇ ଉଠିଛି । କଣ ପାଇଁ ସେ ଦଳ ଛାଡିବେ ବୋଲି କହିଲେ ସେ ସମ୍ପର୍କରେ କିଛି ଜଣା ପଡି ନାହିଁ । ସେ ଟୁଇଟ କରିଛନ୍ତି ମୁଁ ପିତା (ଲାଲୁ ପ୍ରସାଦ ଯାଦବ)ଙ୍କ ଚଲା ପଥରେ ଚାଲିବା ପାଇଁ ସର୍ବଦା ଚେଷ୍ଟା କରିଛି । ଏବେ ବି ସେୟା କରିବାକୁ ଯାଉଛି ।

ଖୁବ ଶୀଘ୍ର ପିତାଙ୍କ ସହ ଭେଟ ହେବା ପରେ ଇସ୍ତଫା ଦେବି ବୋଲି ସେ ଲେଖିଛନ୍ତି । ଲାଲୁ ପ୍ରସାଦ ଯାଦବ, ପାର୍ଟି, ତେଜସ୍ୱୀ ଯାଦବ, ରାବ୍ରି ଦେବୀ, ମିସା ଭାରତୀ ଓ କଂଗ୍ରେସ ନେତା ଚିରଞ୍ଜିବୀ ରାଓଙ୍କୁ ଟ୍ୟାଗ କରିଛନ୍ତି ।

Comments are closed.