Latest Odisha News

ଏଆଇପିଏଚ୍ ପାଇଲା ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି ପୁରସ୍କାର

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ଶିକ୍ଷା ଗବେଷଣା କ୍ଷେତ୍ରରେ ଓଡ଼ିଶାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟିପୁରସ୍କାର ମିଳିଛି। ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଭାବେ ଉତ୍କର୍ଷ ପାଇଁୱାର୍ଲ୍ଡ ଏଜୁକେସନ କଂଗ୍ରେସପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ବୁଧବାର ଭୁବନେଶ୍ୱରରେ ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପକ୍ଷରୁଓଡ଼ିଶା ଲିଡରସିପ୍ ଆୱାର୍ଡ ୨୦୨୨କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ, ନିଯୁକ୍ତି, ନେତୃତ୍ୱ, ଶିକ୍ଷା ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନରେ ଏହାର ଭୂମିକା ଏବଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଆଦି କ୍ଷେତ୍ରରେ ବିଶେଷ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ତରଫରୁ ଏଆଇପିଏଚ୍ ସ୍କୁଲ୍ ଅଫ୍ ପବ୍ଲିକ ହେଲ୍‌ଥ ବିଭାଗର ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ୱାର୍ଲ୍ଡ ଏଜୁକେସନ କଂଗ୍ରେସ ପ୍ରଦାନ କରୁଥିବା ଏଭଳି ସମ୍ମାନଜନକ ପୁରସ୍କାର ପାଇଁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆମେ କୃତଜ୍ଞତା ଜଣାଉଛୁ।ଆମ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଉଚ୍ଚତର ଶିକ୍ଷା ସହ ଅନ୍ତର୍ଜାତୀୟ ସ୍ତରର ଅଭିଜ୍ଞତା ହାସଲ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଥିବା ଅତ୍ୟାଧୁନିକ ତଥା ବିଏସ୍‌ଏଲ୍‌ ଲାବୋରେଟୋରୀ ଦେଶରେ ସ୍ୱତନ୍ତ୍ର।

ବିଶ୍ୱବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହିତ ଗବେଷଣା ଲାଗି ସୁଯୋଗ, ଉନ୍ନତ ପାଠାଗାର ଭଳି ଭିତ୍ତିଭୂମି ରହିଛି। ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରାୟ ଗୋଟିଏ ଦଶନ୍ଧି ଧରି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଯେଭଳି କାମ କରିଆସୁଛି, ଏହି ପୁରସ୍କାର ସେଥିଲାଗି ଏକ ସ୍ୱୀକୃତି ନିଶ୍ଚୟ”, ପୁରସ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି ପ୍ରଫେସର ପ୍ରଦୀପ କୁମାର ପଣ୍ଡା।

କାର୍ଯ୍ୟକ୍ରମରେ ଅତିଥି ଭାବେୱାର୍ଲ୍ଡ ସିଏସ୍‌ଆର୍ ଡେ ଆଣ୍ଡ ୱାର୍ଲ୍ଡ ସଷ୍ଟେନବିଲିଟି ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଆର୍‌.ଏଲ୍‌. ଭାଟିଆ ଏବଂ ସ୍ୟାଣ୍ଡିଜ୍ ଟାୱାର ନିର୍ଦ୍ଦେଶିକା ଅର୍ଚ୍ଚନା ପାତ୍ର ଯୋଗ ଦେଇଥିଲେ।

Comments are closed.