Latest Odisha News

ସୁରକ୍ଷା ପାଇଁ ବ୍ଲାକ ସିରେ ରୁଷ ନିୟୋଜିତ କରିଛି ଡଲଫିନ ସେନା

ମସ୍କୋ: ବ୍ଲାକ ସିରେ ରୁଷ ନିୟୋଜିତ କରିଛି ଡଲଫିନ ସେନା । କୌଣସି ବିପଦ ଆସିବା ପୂର୍ବରୁ ପ୍ରଶିକ୍ଷିତ ବିଭିନ୍ନ ପ୍ରଜାତିର ମାଛ ଆଗୁଆ ସତର୍କ କରି ଦିଅନ୍ତି । ୟୁନାଇଟେଡ ଷ୍ଟେଟସ ନାଭାଲ ଇନଷ୍ଟିଚ୍ୟୁଟ ଏହି ତଥ୍ୟ ପ୍ରଦାନ କରିଛି । ରୁଷର ସବୁଠାରୁ ବଡ ନୌସେନା ବେସ ସେବାସ୍ତୋପଲରେ ଏମାନଙ୍କୁ ନିୟୋଜିତ କରାଯାଇଛି । ସ୍ୱତନ୍ତ୍ର ପ୍ରଶିକ୍ଷିତ ବିଭିନ୍ନ ପ୍ରଜାତିର ମାଛ ଆବଶ୍ୟକ ପଡିଲେ ଆକ୍ରମଣ ମଧ୍ୟ କରିବେ ।

ଶୀତ ଯୁଦ୍ଧ ସମୟରେ ରୁଷ ଶାର୍କ ଓ ସିଲଙ୍କୁ ପ୍ରଶିକ୍ଷଣ ଦେଇଥିଲା । ୧୯୯୧ରେ ସୋଭିଏଟ ୟୁନିୟନ ଭଙ୍ଗ ହେବା ପରେ ଏହି ବନ୍ଦ ହୋଇ ଯାଇଥିଲା । ୨୦୧୪ରେ କ୍ରିମିୟା କବଜା କରିବା ପରେ ପୁନର୍ବାର ଏହି ପ୍ରଶିକ୍ଷଣ କାର୍ଯ୍ୟ ଚାଲୁ ରହିଛି ବୋଲି ଉକ୍ତ ସଂସ୍ଥା ଦାବୀ କରିଛି ।

Comments are closed.