Latest Odisha News

BREAKING NEWS

ଖୋଲିଲା ହୀରାକୁଦର ଆଉ ୨ ଗେଟ୍, ୨୨ ଗେଟରେ…

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଆଉ ଦୁଇଟି ଗେଟ୍ ଖୋଲାଯାଇଛି।

ପୂର୍ବରୁ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା।ଆଉ ଦୁଇଟି ଗେଟ୍ ଖୋଲାଯିବା ଫଳରେ ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୮.୧୯ ଫୁଟ ରହିଛି। ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୨,୨୦,୫୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨୨ଟି ଗେଟ୍ ଦେଇ ୩,୩୦,୯୩୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଥିଲା।

ଏପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ପରିମାଣ ବହୁତ ବୃଦ୍ଧି ପାଇଥିଲା।କିନ୍ତୁ ଆଜି ସକାଳୁ ଏହି ପ୍ରବେଶ ପରିମାଣ ଧୀରେ ଧୀରେ ହ୍ରାସ ପାଇ ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ରୁ ୨ ଲକ୍ଷ କ୍ୟୁସେକ୍‌କୁ ଖସି ଆସିଛି।

Comments are closed.