Latest Odisha News

BREAKING NEWS

କଥା…ଫଟୋରେ ଫଟୋରେ

ଭୁବନେଶ୍ୱର: କିଛି ବ୍ୟକ୍ତ କରିବାକୁ ହେଲେ ଶବ୍ଦର ଆବଶ୍ୟକତା ବାଧ୍ୟତାମୂଳକ ନୁହେଁ । ବେଳବେଳେ କେବଳ ଅଙ୍ଗଭଙ୍ଗୀ, ଚାହାଁଣି, ଠାଣି, ଇଙ୍ଗିତ, ଲେଖା କିମ୍ବା ଫଟୋ ବହୁତ କିଛି ବୟାନ୍ କରେ । ଏହି ଧାରାରେ ଏହି ଫଟୋଟି ମଧ୍ୟ କିଛି ନକହି ବେଶ କିଛି ସୂଚାଇ ପାରିଛି ।

ଫଟୋଟି ଗୁଜରାଟରୁ ଆସିଛି । ଏହି ମହିଳା କନେଷ୍ଟବଳ ଜଣକ ହେଉଛନ୍ତି ବର୍ଷା ପର୍ମାର୍ । କଚ୍ଛ ଅଂଚଳରେ ହଠାତ୍ ଜଣେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଖବର ପାଇ ସେ ଅପହଂଚ ଇଲାକାରେ ଥିବା ତାଙ୍କ ଘରେ ପହଂଚିଯାଇଥିଲେ । ସେଠାରେ ଗମନାଗମନର ସୁବିଧା ନଥିବାରୁ କାଳବିଳମ୍ବ ନକରି ବର୍ଷା ସେହି ୮୬ ବର୍ଷୀୟ ବୃଦ୍ଧାଙ୍କୁ ପିଠିରେ ବୋହି ହସ୍ପିଟାଲକୁ ନେଇଯାଇଥିଲେ ।

ଜାଣି ଚକିତ ହେବେ ୧୦୦ କି ୨୦୦ ମିଟର ନୁହେଁ, ବରଂ ଉତ୍ତପ୍ତ ମରୁଭୂମିରେ ପ୍ରାୟ ୫ କି.ମି ପିଠିରେ ବୋହି ବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇଥିଲେ ମହିଳା କନେଷ୍ଟବଳ ବର୍ଷା ପର୍ମାର୍ । ଏହି ଫଟୋକୁ ୨୦୦୯ ବ୍ୟାଚ୍ ଛତିଶଗଡ କ୍ୟାଡର ଆଇଏସ୍ ଅଫିସର୍ ଅୱନିଶ୍ ସାରନ୍ ଟୁଇଟ କରିଛନ୍ତି ।

Leave A Reply

Your email address will not be published.