Latest Odisha News

BREAKING NEWS

ଜାଣନ୍ତୁ, ‘ଭାରତ’ ରିଲିଜିଂରେ କେଉଁ ରେକର୍ଡ଼ ଭାଙ୍ଗିଲେ ଭାଇଜାନ୍ !

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ମାନେ ସଲମାନ୍ ଖାନ ୫୩ ବର୍ଷ ବୟସରେ ମଧ୍ୟ ଏକ ବଲିଉଡ଼ ରେକର୍ଡ଼ ଭାଙ୍ଗିଛନ୍ତି । କାଟ୍ରିନା କୈଫ ଓ ସଲମାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ କେବଳ ଇଦ୍ ଦିନ ହିଁ ୪୨.୩୦ କୋଟି ବ୍ୟବସାୟ କରି ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଇଦ୍ ବ୍ଲକବଷ୍ଟର୍ ଭାରତ ରିଲିଜରେ ସଲ୍ଲୁ ମିଆଁ ନିଜ ଓପନିଂ ଡ଼େ କଲେକ୍ସନ ରେକର୍ଡ଼ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି । ଏହି ବୟସରେ ସଲମାନଙ୍କ କରିସ୍ମାର ବେଶ୍ ପ୍ରଶଂସା କରିବାକୁ ପଛେଇ ନାହାନ୍ତି ବଲିଉଡ଼ର ନାମୀ ଦାମୀ ଆକ୍ଟର୍ ଓ ଆକ୍ଟ୍ରେସ ।

ଭାଇଜାନଙ୍କ ଯେଉଁ କେତେଗୁଡ଼ିଏ ଫିଲ୍ମ ଓପନିଂ ଡ଼େ’ରେ ପୂର୍ବରୁ ଅଧିକ ବ୍ୟବସାୟ କରିପାରିଥିଲା ସେହି ଫିଲ୍ମ ଗୁଡ଼ିକ ହେଲା – ଟାଇଗର୍ ଜିନ୍ଦା ହୈ (୩୪.୧୦ କୋଟି), ସୁଲତାନ୍ (୩୬.୫୪ କୋଟି) ଟଙ୍କା । ମାତ୍ର ଇଦ୍ ଦିନ ରିଲିଜ୍ ହୋଇଥିବା ସଲ୍ଲୁମିୟାଁଙ୍କ ଫିଲ୍ମ ଭାରତ ଏସବୁ ରେକର୍ଡ଼ ଭାଙ୍ଗି ଗୋଟିଏ ଦିନରେ ୪୨.୩୦ କୋଟି ଟଙ୍କାର ବେପାର କରିପାରିଛି ।

ଭାଇଜାନଙ୍କ ସହିତ ଏହି ଫିଲ୍ମରେ କାଟ୍ରିନା କୈଫ, ତବୁ, ଜ୍ୟାକି ସ୍ରଫ୍ , ଦୀଶା ପଟାନି ଏବଂ ସୁନୀଲ୍ ଗ୍ରୋଭର୍ ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଆବାସ୍ ଜାଫର୍ ଫିଲ୍ମ ଆହୁରି ଅଧିକ ଭଲ ବ୍ୟବସାୟ କରିପାରିବ ବୋଲି ଆଶା କରିଛନ୍ତି ।

ତେବେ ଯାହାବି ହେଉ, ବଲିଉଡ଼ରେ ଅନେକ ନୂଆ କଳାକାର ନିଜ ନିଜ ଯାଗାକୁ ଜମେଇ ସାରିଥିବା ବେଳେ ଭାଇଜାନଙ୍କ ପରି ଭେଟେରାନ୍ ଆକ୍ଟର୍ ଏବୟସରେ ବି ବେଶ୍ କମାଲ୍ କରୁଛନ୍ତି । ଏବେ ଭାଇଜାନଙ୍କ ଖୁସି କହିଲେ ନ’ସରେ । ଭାରତର ସଫଳତା ପରେ ଆହୁରି ଅନେକ ଫିଲ୍ମର ଅଫର୍ ପାଇଛନ୍ତି ବଲିଉଡ଼ର ଷ୍ଟାଇଲିଷ୍ଟ ଆକ୍ଟର୍ ସଲମାନ୍ ଖାନ ।

Leave A Reply

Your email address will not be published.