ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ୮
ଆଠ ଦିନ ଅପେକ୍ଷା ପରେ ମଧ୍ୟ ଆରାଧ୍ୟା ପାଖରୁ କିଛି କଲ୍ ଆସୁନି । ଦିନକୁ ଦିନ ତା’ର ଧୈର୍ଯ୍ୟଚ୍ୟୁତ ହେଉଛି । ବ୍ୟସ୍ଥତା
ବଢ଼ିବାରେ ଲାଗିଛି । ହୃଦସ୍ପନ୍ଦନ ତୀବ୍ର ହେବାରେ ଲାଗିଛି । କୈଣସି କାମରେ ମନ ଲାଗୁନାହିଁ । ଅସ୍ଥିରତା ମାଡ଼ି ବସୁଛି । ସେ ଭାବୁଛି, ସେ ଭୂଲ କରିଛି । ଅରୁକୁୁ ସେମିତି ଅବସ୍ଥାରେ ଏକାକି ଛାଡି଼, କିଛି ନ’ କହି ଚାଲି ଆସିବା, ତା’ର ମସ୍ତବଡ ଭୂଲ ।
ଆରାଧ୍ୟା କେମିତି ଥିବ? କେଦାରକୁ ନେଇ ସେ ଏକା । ତା’ଙ୍କ ପାଇଁ ୟା’ର କିଛି ଦାୟିତ୍ୱ ଥିଲା । ତା’ ପରେ ବି ସେ ଅରୁକୁ
ଛାଡ଼ି କେମିତି ରହିବ! ଏ ସବୁ ପରେ ତ’ ତା’ ମନରେ ଅରୁ ପ୍ରତି ମନୋ ଭାବ ଅଧିକ ନିବିଡ ହେଇ ସାରିଲାଣି । ସେ ଏମିତି କେତେ ଦିନ ଅପେକ୍ଷା କରିବ? ଆଉ କେତେ ଛଟପଟ ହେବ? ଛାତି ଭିତରେ ଭୀଷଣ ଯନ୍ତ୍ରଣା । ନା’..ଆଉ ଦିନେ ଦୁଇ ଦିନରେ ଫୋନ୍ ନ’ ଆସିଲେ ସେ, ଫୋନ୍ କରିବନି । ସିଧା ଚାଲିଯିବ । ଯାହା ହେବାକଥା ହେଇଗଲା । ଆଗକୁ
ଯାହା ଘଟିବ ତା’ର ସାମ୍ନା କରିବ । ନିଜ ଅସ୍ଥିରତାକୁ ନେଇ ସେ ଏପରି ଭାବେ ବଞ୍ଚି ପାରିବ ନାହିଁ ।
ତା’ ଅପେକ୍ଷାର ଅନ୍ତ ଘଟାଇ ଆଠ ଦିନ ପରେ ଅରୁର ମେସେଜ୍ ଆସିଲା । ସେ ଯିବ । ମନ୍ଦିର ପ୍ରାଙ୍ଗଣରେ ତା’କୁ ଅପେକ୍ଷା କରିଥିବ ଅରାଧ୍ୟା । ଘରକୁ ଡାକି ତ’ ନାହିଁ । ମନ୍ଦିରରେ ଭେଟ ହେବ! କ’ଣ ଚାଲିଥାଇପାରେ ଆରାଧ୍ୟା ମନରେ!
ବାହାରି ପଡିଲା । ବାଟ ସାରା ତା’କୁ ଆରାଧ୍ୟା ଛଡା ଆଉ କିଛି ଦିଶୁନାହିଁ । ସେ ମାୟାବିନୀ ରାତିକୁ ଭୁଲିବା ତା’ ପକ୍ଷେ ଆଦୌ ସମ୍ଭବ ନୁହଁ ।
କ୍ରମଶଃ
Comments are closed.