Latest Odisha News

BREAKING NEWS

ରାଜଧାନୀରେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ, ଦୁର୍ଘଟଣାଗ୍ରସ୍ତ କାର୍ ଛାଡ଼ି ଦୁର୍ବୃତ୍ତ ଫେରାର୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ କରୁଥିବା ଅପରାଧିଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୫ ନଂ ଜାତୀୟ ରାଜପଥର ବାଣୀବିହାର ଓ ରସୁଲଗଡ ଛକରେ ଏକ ଦୁର୍ଘଟଣା ଘଟିଥିଲା । ପରେ ଖବର ପାଇ ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଥିବା ବେଳେ ଉକ୍ତ ଗାଡି ୨ଟିରେ କେହି ବ୍ୟକ୍ତି ନଥିଲେ । ପୋଲିସ ୨ଟି କାର୍ ଭିତରୁ ୨ଟି ବନ୍ଧୁକ ଜବତ କରିଥିବା ଜଣାପଡିଛି ।

ଏନେଇ ସଂପୃକ୍ତ ବ୍ୟବସାୟୀ ଜଣକ ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଥିଲେ । ଯେଉଁଥିରେ ଗତ ରାତିରେ ସେ କାରରେ ଯାଉଥିବାବେଳେ ୪ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବନ୍ଧୁକ ଲଗାଇ ଅପହରଣ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.