ଇପେଇ: ରୁଷିଆ-ୟୁକ୍ରେନ ପରେ ଏବେ ଚୀନ-ତାଇୱାନ ବିବାଦ ତେଜିଛି । ଶୁକ୍ରବାର ଚୀନର ୧୮ଟି ଏଫ୧୬ ଲଢ଼ୁଆ ବିମାନ ତାଇୱାନ ସୀମାରେ ପ୍ରବେଶ କରିଥିଲା । କିଛି ସମୟ ପରେ ଅବଶ୍ୟ ଏହା ଫେରି ଯାଇଥିଲା । ତେବେ ଏ ନେଇ ଉଭୟ ଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି । ତାଇୱାନ ଏହି ବିମାନଗୁଡିକ ଘଉଡାଇ ଦେଇଥିବା କହିଛି । ଏହା ପରେ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ଚୀନ ରାଷ୍ଟ୍ରପତି ସିଜ ଜିନ ପିଙ୍ଗ ତାଇୱାନକୁ ଅଧିକାର କରିବା ନେଇ ବାରମ୍ବାର ଚେତାଇ ଆସୁଛନ୍ତି । ସୂଚନାଯୋଗୃ,
୧୯୪୯ରେ ଚୀନ ଗୃହଯୁଦ୍ଧ ପରେ ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶ ଘୋଷିତ କରିଥିଲା । ସେବେଠାରୁ ଚୀନ ଏହାକୁ ଅକ୍ତିଆର କରିବା ପାଇଁ ଉଦ୍ୟମ ଜାରୀ ରଖିଛି । ତାଇୱାନକୁ ଆମେରିକା ସମର୍ଥନ କରୁଥିବାରୁ ଚୀନ ଆକ୍ରମଣ କଲେ ସ୍ଥିତି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରଠାରୁ ଚୀନ ଏ ଭଳି ପଦକ୍ଷେପ ନେବ ବୋଲି ସମୀକ୍ଷକମନେ ପୂର୍ବାନୁମାନ କରିଛନ୍ତି ।
Comments are closed.