Latest Odisha News

BREAKING NEWS

ଜାତୀୟ ମହିଳା ହକି: ଓଡ଼ିଶାର ଗୋଲ ବର୍ଷା

ଭୁବନେଶ୍ୱର: ଭୋପାଳରେ ଆରମ୍ଭ ହୋଇଥିବା ଜାତୀୟ ମହିଳା ହକି ମିଟରେ ଓଡ଼ିଶା ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ତେଲେଙ୍ଗାନା ବିପକ୍ଷ ମୁକାବିଲାରେ ଓଡିଶା ଖେଳାଳି ଗୋଲ ବର୍ଷା କରି ୧୪-୦ରେ ବିଜୟ ହାସଲ କରିଛି । ଅଲିମ୍ପିଆନ ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ ଚମତ୍କାର ପ୍ରଦର୍ଶନ କରିଥିଲେ । ଜାତୀୟ ଡ୍ୟୁଟି ପରେ ଏହି ଦୁଇ ଖେଳାଳି ଏବେ ଘରୋଇ ମୁକାବିଲାରେ ଅଭ୍ୟାସ ଜାରୀ ରଖିଛନ୍ତି ।

ସବ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନଶିପରେ ଓଡିଶା ୧୮-୦ ଗୋଲରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ୟେଜାନି ମିଞ୍ଜ ଓ ରୋହିତ ସିଂ ୫ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ମେ ୯ରେ ଓଡିଶା ତାର ପରବର୍ତୀ ମୁକାବିଲାରେ ମଣିପୁରକୁ ଭେଟିବ ।

Leave A Reply

Your email address will not be published.