Latest Odisha News

BREAKING NEWS

ଏସିଆ କପ ହକି: ଭାରତୀୟ ଦଳରେ ସ୍ଥାନ ପାଇଲେ ୪ ଓଡିଆ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ପୁରୁଷ ଏସିଆ କପ ହକି ଆୟୋଜିତ ହେବ । ଏଥିପାଇଁ ସୋମବାର ୨୦ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରାଙ୍କ ସମେତ ୪ ଓଡିଆ ଏହି ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟମାନେ ହେଲେ ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ ଓ ଅଭିଷେକ ଲାକ୍ରା । ତେବେ ଡିଫେଣ୍ଡର ଅମିତ ରୋହିଦାସ ସୁଯୋଗ ନ ମିଳିବା ଅନେକଙ୍କୁ ଚକିତ କରିଛି । ଦଳର ନେତୃତ୍ୱ ରୂପିନ୍ଦର ପାଲ ସିଂ ନେବେ ।

ମେ ୨୩ରୁ ଜୁନ ୧ ପର୍ଯ୍ୟନ୍ତ ଏସିଆ କପ ଆୟୋଜିତ ହେବ । ଜାପାନ, ପାକିସ୍ତାନ ଓ ଆୟୋଜକ ଇଣ୍ଡୋନେସିଆ ସହ ଭାରତ ପୁଲ ଏରେ ସ୍ଥାନ ପାଇଛି । ପୁଲ ବିରେ ମାଲେସିଆ, କୋରିଆ, ଓମାନ ଓ ବାଂଲାଦେଶ ରହିଛନ୍ତି । ଜୁନିୟର ହକି ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ବିଶେଷ ଭାବେ ସୁଯୋଗ ଦିଆଯାଇଛି । ସେମାନେ ସିନିୟର ବିଭାଗରେ ସେମାନଙ୍କ ପଦାର୍ପଣ ମ୍ୟାଚ ଖେଳିବେ ।

Leave A Reply

Your email address will not be published.