Latest Odisha News

BREAKING NEWS

ଭୁତୁମୁଣ୍ଡାଇରୁ ୨୫କେଜି ହରିଣ ମାଂସ ଜବତ, ଜଣେ ଗିରଫ

ପାରାଦ୍ଵୀପ: ଭୁତୁମୁଣ୍ଡାଇ ମହାନଦୀ ପୋଲ ଉପରୁ ୨୫ କେଜି ହରିଣ ମାଂସ ଜବତ କରିଛି କୁଜଙ୍ଗ ବନ ବିଭାଗ। ହରିଣ ମାଂସ ବ୍ୟବସାୟୀକୁ ଗିରଫ କରିବା ସହିତ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ଖରିନାସି ଗ୍ରାମର ଗୋପାଳ ମଣ୍ଡଳ।

ଅଭିଯୁକ୍ତ ଗୋପାଳ ମଣ୍ଡଳ କେନ୍ଦ୍ରାପଡ଼ାରୁ ମାଂସ ଆଣି ପାରାଦ୍ୱୀପରେ ବିକ୍ରି କରୁଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ଭିତର ଖରିନାସୀ ରିଜର୍ଭ ଜଙ୍ଗଲ ମଧ୍ୟରେ ହଜାର ହଜାର ସଂଖ୍ୟାରେ ହରିଣ ଅଛନ୍ତି ।ଏହି ମାଂସ ଦଲାଲ୍ ମାନେ ଖରିନାସୀ ଜଙ୍ଗଲରୁ ହରିଣ ଶିକାର କରି ପାରାଦ୍ୱୀପରେ ଆଣି ବିକିବା ହେଉଛି ସେମାନଙ୍କ ଟାର୍ଗେଟ୍ । ଏନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ଆସିଥାଏ । ତେବେ କେବଳ ପାରାଦ୍ୱୀପ ଲୋକାଲ୍ ନୁହେଁ, ପ୍ରମୁଖ ଗରାଖ ହେଉଛି ପାରାଦ୍ୱୀପ ବନ୍ଦରରେ ଲାଗୁଥିବା ବିଦେଶୀ ଜାହାଜ ।

ପ୍ରତ୍ୟକ୍ଷ ଭାବେ ଏହି ବେପାର ହେଉନଥିବା ଜଣାପଡ଼ିଛି । ଏ ଭିତରେ ଦୁଇ ତିନି ଜାଗା ମାଣ୍ଡୁଆଳି ବି ଥାଆନ୍ତି । ଶିକାରୀଙ୍କ ଠାରୁ ମାତ୍ର ୪୦୦-୫୦୦ ଟଙ୍କା ରେ କିଣି ଜାହାଜକୁ କିଲୋ ପିଛା ୨ ହଜାର ଟଙ୍କାରେ ବିକ୍ରି ହୁଏ ବୋଲି ଅଭିଯୋଗ ହୋଇଛି ।

ତେବେ ସୋମବାର କେନ୍ଦ୍ରାପଡ଼ାରୁ ମାଂସ ଚାଲାଣ ହେଉଥିବା ଖବର ପାଇ କୁଜଙ୍ଗ ବନ ବିଭାଗ ଅଭିଯୁକ୍ତକୁ ଧରି ମାଂସ ଜବତ କରିଛି । ଏଥିସହ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ଅଧିକ ତଦନ୍ତ ହେଉଛି ବୋଲି କୁଜଙ୍ଗ ବନଖଣ୍ଡ ଅଧିକାରୀ ରଞ୍ଜନ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.