Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପାଳିତ ହେବ । ଆଜି ସଂଧ୍ୟାଧୂପ ବଢିବା ପରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ପରମ୍ପରା ଅନୁଯାୟୀ ଆଜିର ତିଥିରେ ରୂପକାର ସେବାୟତ ମାନେ କୋଣଗୁଜ ଅନୁକୂଳ କରିଥିବା ବେଳେ ଆସନ୍ତାକାଲି ଠାରୁ ଭୋଇ ସେବାୟତଙ୍କ ଦ୍ୱାରା ଖୋଳାଯାଇଥିବା ଜନ୍ତାଗାଢରେ ସିଙ୍ଗଡା ବାଡିଆ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି।

ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି  । ଭୂଦେବୀ,ଶ୍ରୀଦେବୀ ଓ ମଦନମୋହନ ନରେନ୍ଦ୍ର ପୁଷ୍କରିଣୀରୁ ଜଳକ୍ରୀଡା କରି ଫେରିବା ପରେ  ଏକ ପଟୁଆର ଦୋଳମଣ୍ଡପ ସାହି ଦେଇ ଚକ୍ରତୀର୍ଥ ରୋଡ୍ ସ୍ଥିତ ଚକ୍ରନାରାୟଣ ମନ୍ଦିରକୁ ବିଜେ କରିବେ। ଏହାପରେ ସଂଧ୍ୟାଧୂପ ନୀତି ବଢିବା ପରେ ମହାଜନ ସେବକ ମୁକ୍ତିମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥାନ୍ତି। ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ର ଏବଂ ମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରିଥାନ୍ତି।

ଏହାପରେ ଉଭୟଙ୍କ ପାଖରେ ଶୀତଳ ଭୋଗ ପଞ୍ଚ ଉପଚାରରେ ପୂଜା ବଢି ବନ୍ଦାପନା ହୋଇଥାଏ। ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରିବେ। ବିମାନବଡ଼ୁ ମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରିବେ । ସେଠାରେ ଭୋଗ ବନ୍ଦାପନା ସରିବା ପରେ ଠାକୁର ବାହୁଡ଼ା ବିଜେ କରିଥାନ୍ତି।

ସେପଟେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଆଜି ୧୨ ଦିନରେ ପହଞ୍ଚିଛି । ମହାରଣା ସେବାୟତ,,ଭୋଇ ସେବାୟତ ଓ କରତି ସେବାୟତଙ୍କ ସମନ୍ୱୟରେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ତେବେ ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କ ରଥଖଳାରେ ଏହି ନିତିକୁ ବିଧିପରମ୍ପରା ଅନୁସାରେ ପାଳନ କରାଯାଇଥାଏ। ଆଜିର ତିଥିରେ ରଥର କୋଣଗୁଜ ଅନୁକୂଳ କରାଯିବାର ରହିଛି ବିଧିପରମ୍ପରା । ରଥ ସଂହିତା ମୁତାବକ ଭୋଇସେବକ ମାନେ ତିନିରଥର ୪ଟି ଲେଖାଏଁ ୧୨ଟି ଧଉରାକାଠ ଦେବା ପରେ ରୁପକାର ମାନେ ଗୁଜ ଅନୁକୂଳ କରିଛନ୍ତି।

ଆଜିର ପବିତ୍ର ତିଥିରେ ରଥଖଳାରେ ରୂପକାର ସେବାୟତ ମାନେ କୋଣଗୁଜ ଅନୁକୂଳ କରିବା ପରେ ଭୋଇ ସେବକ ମାନେ ତୁମ୍ଭ ସହ ଅର ସଂଯୋଗ ପାଇଁ ସିଙ୍ଗଡା ବାଡିଆ କାମ ଆରମ୍ଭ କରିବେ ଓ ପବିତ୍ର ଭଉଁରୀ ତିଥିରେ ପ୍ରତ୍ୟକ ରଥର ଦୁଇଟି ଚକସହ ଗୋଟିଏ ଅଖ ଡେରା ହେବାର ବିଧିବିଧାନ ରହିଥାଏ ଯାହାକୁ ଚକଅଖ ଡେରା ନୀତି କୁହନ୍ତି

Leave A Reply

Your email address will not be published.