Latest Odisha News

BREAKING NEWS

ରୁଷ ସେନା ପୋଲ ପାରି ହେଉଥିବା ବେଳେ ବୋମା ପକାଇ ଉଡାଇ ଦେଲା ୟୁକ୍ରେନ !

କିଭ୍: ପୁଟିନ ଫୋର୍ସକୁ ଚକମା ଦେଲେ ଜେଲେନସ୍କି ଫୋର୍ସ । ପୋଲ ପାରି ହୋଇ ଯାଉଥିବା ବେଳେ ରୁଷ ସେନାକୁ ଭସ୍ମ କରିଦେଲା ଜେଲେନସ୍କି ଫୋର୍ସ । ଯାହାକୁ ନେଇ ଚିନ୍ତାରେ ରୁଷ ସେନା । ସ୍ଥିତି ଏମିତି ଯେ ପୋଲ ଉପରେ ବୋମା ପକାଇ ୟୁକ୍ରେନ ସେନା ଧ୍ୱଂସ କରିଦେବା ପରେ ରୁଷ ସେନାଙ୍କର ଖୋଜ ଖବର ମିଳୁନଥିବା ସୂଚନା ରହିଛି । ଅନ୍ତର୍ଜାତୀୟ ମିଡିଆ ଫୋବର୍ସରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ପୂର୍ବ ୟୁକ୍ରେନର ଏକ ଅସ୍ଥାୟୀ ପୋଲ ଜରିଆରେ ନଦୀ ପାର ହେଉଥିଲା ରୁଷ ସେନା । ରୁଷର ସମସ୍ତ ବାଟାଲିୟନ ନଦୀ ପାର ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ୟୁକ୍ରେନର ସୈନିକମାନେ ଏହି ଅସ୍ଥାୟୀ ସେତୁକୁ ବୋମା ପକାଇ ଧ୍ୱଂସ କରିଦେଇଥିଲେ। ବ୍ରିଟିଶ ଅଧିକାରୀମାନେ ଏହି ଦାବି କରିଛନ୍ତି । ପୂର୍ବ ୟୁକ୍ରେନକୁ ନଦୀ ପାର ହେବାକୁ ଚେଷ୍ଟା କରୁଥିବାବେଳେ ରୁଷର ବହୁତ କ୍ଷତି ହୋଇଛି। ଅନେକ ରୁଷ ସୈନିକଙ୍କର ଖୋଜ ଖବର ମିଳିନଥିବା ବେଳେ ସେନାଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ର ମିଳିନି।

ତେବେ ରୁଷ ଏପରି ଦାବିକୁ ଖଣ୍ଡନ କରିଛି। ବ୍ରିଟିଶ ଅଧିକାରୀମାନେ ଦାବି କରିଛନ୍ତି ଯେ ଏଥିରୁ ସ୍ପଷ୍ଟ ଯେ ମସ୍କୋ ବିଜୟ ହାସଲ ପାଇଁ ସଂଘର୍ଷ କରୁଛି ।

ୟୁକ୍ରେନର ବାୟୁସେନା କମାଣ୍ଡୋ, ସିଭର୍ସ୍କି ଡୋନେଟସ୍ ନଦୀ ଉପରେ ରୁଷ ଦ୍ୱାରା ନିର୍ମିତ ଏକ ଅସ୍ଥାୟୀ ପୋଲ ଦେଖାଉଥିବା ଫଟୋ ସେୟାର କରିଛି। ଯେଉଁଥିରେ ରୁଷ ସେନାର ଯାନବାହାନ ନଷ୍ଟ ହୋଇଥିବାର ଦେଖାଯାଉଛି।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ରୁଷ ଗୋଟିଏ ବାଟାଲିୟନ ହରାଇଛି । ଯେଉଁଥିରେ ପ୍ରାୟ ହଜାରେ ସୈନିକ ଥିଲେ। ସମସ୍ତେ ଏକ ଅସ୍ଥାୟୀ ବ୍ରିଜ୍ ଦେଇ ନଦୀ ପାର ହେବାକୁ ଚେଷ୍ଟା କରୁଥିଲେ। ହେଲେ ୟୁକ୍ରେନ ଏହି ପୋଲକୁ ଉଡାଇ ଦେଇଛି।

ଅନ୍ତର୍ଜାତୀୟ ସମୀକ୍ଷକ ଆକଳନ କରିଛନ୍ତି ଯେ ୟୁକ୍ରେନର ରାଜଧାନୀ କିଭକୁ ଦଖଲ କରିବାରେ ବିଫଳ ହେବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଡୋନବାସ ଅକ୍ତିଆର କରିବା ସହଜ ହୋଇଥାନ୍ତା । କିନ୍ତୁ ୟୁକ୍ରେନ ସୈନ୍ୟମାନେ କଡା ଜବାବ ଦେଇ ରୁଷକୁ ବଡ ଚ୍ୟାଲେଞ୍ଜ ଦେଇଛନ୍ତି।

Leave A Reply

Your email address will not be published.