Latest Odisha News

BREAKING NEWS

ପ୍ରାଇସ କମାଇଲେ ଅକ୍ଷୟ କୁମାର

ମୁମ୍ବାଇ: ବଚ୍ଚନ ପାଣ୍ଡେ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ଡିମାଣ୍ଡ କିଛି ମାତ୍ରାରେ କମିଯାଇଛି । ଏହା ଦେଖି ଖିଲାଡି କୁମାର ତାଙ୍କ ପ୍ରାଇସ କମାଇବାକୁ ବାଧ୍ୟ ହୋଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ସେଲ୍ଫି, ସୋରାଇ ପୋଟରୁ ରିମେକ, ବଡେ ମିଆଁ ଓ ଛୋଟେ ମିଆଁ ପାଇଁ ଲାଗୁ ହେବ । ୨୦୦୭ରେ ୱେଲକମ ଫିଲ୍ମ ସୁପରହିଟ ହେବା ପରେ ଅକ୍ଷୟ ପ୍ରତ୍ୟେକ ଫିଲ୍ମ ପାଇଁ ୯୯ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେବା ଆରମ୍ଭ କରିଥିଲେ । ପ୍ରତ୍ୟେକ ବର୍ଷ ସେ ଏଥିରେ ୧୫ରୁ ୨୦ ପ୍ରତିଶତ ବୃଦ୍ଧି କରାଇବାରେ ଲାଗିଲେ । ଏପରିକି ସେ ସିଣ୍ଡ୍ରେଲା ପାଇଁ ୧୩୫ ଓ ବଡେ ମିଆଁ ଛୋଟେ ମିଆଁ ପାଇଁ ୧୪୦ କୋଟି ଦାବୀ କରିଥିଲେ ।

ବଚ୍ଚନ ପାଣ୍ଡେ ୫୦ କୋଟିରୁ ଅଧିକ ଆୟ କରି ନ ପାରିବା ଯୋଗୁ ମେକର୍ସ ଓ ଡିଷ୍ଟ୍ରିବ୍ୟୁଟରଙ୍କ ପ୍ରବଳ କ୍ଷତି ହୋଇଥିଲା । ଏହା ପରେ ଅକ୍ଷୟ ଚାପର ବଶୀଭୂତ ହୋଇ ପ୍ରାଇସ କମାଇବାକୁ ବାଧ୍ୟ ହୋଇଥିଲେ । କରୋନା ମହାମାରୀ ବେଳେ ଅନ୍ୟ ହୀରୋମାନେ ଶୁଟିଂ ଓ ଫିଲ୍ମ ସାଇନଠାର ଦୂରେଇ ରହୁଥିବା ବେଳେ ଅକ୍ଷୟ ମୋଟା ପ୍ରାଇସ ନେଇ ଅନେକଗୁଡିଏ ଫିଲ୍ମରେ କାମ କରିଥିଲେ ।

Comments are closed.