Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଆ ପ୍ରଶାସକଙ୍କୁ କ୍ୟାବିନେଟ ପାହ୍ୟା ପଦୋନ୍ନତି

ନୂଆଦିଲ୍ଲୀ: ଓଡ଼ିଶାରେ ଜନ୍ମିତ ଅବସରପ୍ରାପ୍ତ ଆଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସଚିବ ଭାବେ ନିଯୁକ୍ତ ହୋଇଥିବା ଏହି ଦୁଇଜଣ ପ୍ରଶାସକଙ୍କୁ ମିଳିବ ଏବେ କ୍ୟାବିନେଟ ପାହ୍ୟାର ମାନ୍ୟତା ।

ନୃପେନ୍ଦ୍ର ମିଶ୍ର ୧୯୬୭ ବ୍ୟାଚ ଉତ୍ତର ପ୍ରଦେଶ କ୍ୟାଡ଼ରର ଆଇଏଏସ ଅଧିକାରୀ । ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରିନସିପାଲ ସେକ୍ରେଟାରୀ ଭାବେ ନିଯୁକ୍ତ ହୋଇଥିଲେ । ସେହିପରି ପ୍ରମୋଦ କୁମାର ମିଶ୍ର ୧୯୭୨ ବ୍ୟାଚ ଗୁଜରାଟ କ୍ୟାଡ଼ରର ଆଇଏଏସ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ ।

“କ୍ୟାବିନେଟର ନିଯୁକ୍ତି କମିଟି ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ପିକେ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି । କାର୍ଯ୍ୟକାଳ ବୃଦ୍ଧି ସହିତ ଏହି ଦୁଇ ପ୍ରାଶାସନିକ ଅଧିକାରୀଙ୍କୁ କ୍ୟାବିନେଟ ପାହ୍ୟାର ମାନ୍ୟତା ପ୍ରଦାନ କରାଯାଇଛି । ଏହି ନିଯୁକ୍ତି ମେ ୩୧ ୨୦୧୯ ରୁ ଲାଗୁ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତି ଅନୁଯାୟୀ ଏହି ଦୁଇଜଣ ଅଧିକାରୀଙ୍କ ନିଯୁକ୍ତି ନିର୍ଭର କରିଥାଏ । ”

ପ୍ରମୋଦ ମିଶ୍ର ଓଡ଼ିଶା ସମ୍ବଲପୁର ଜିଲ୍ଲାର ମୂଳ ବାସିନ୍ଦା, ସେ ଗଙ୍ଗାଧର ମେହେର କଲେଜରେ ଅଧ୍ୟୟନ କରିଥିଲେ । ସେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରୁ ସ୍ନାତୋକତ୍ତର ଉପାଧି ଅର୍ଜନ କରିଛନ୍ତି । ସେ ୟୁନିଭର୍ସିଟି ଅଫ ସସେକ୍ସରୁ ପିଏଚଡ଼ି ସମାପ୍ତ କରିଛନ୍ତି ।

ପ୍ରଶାସନିକ ଅଧିକାରୀ ଶ୍ରୀ ମିଶ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି କଚ୍ଛ ଅର୍ଥକ୍ୱାକ୍ ୨୦୦୧’ ପାଠକୀୟ ଆଦୃତି ଲାଭ କରିପାରିଛି ।

Leave A Reply

Your email address will not be published.