Latest Odisha News

ଆଇଫା ଆୱାର୍ଡରେ ଯୋଗ ଦେବା ପାଇଁ ଜ୍ୟାକଲୀନଙ୍କୁ କୋର୍ଟରୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଆବୁଧାବୀରେ ଆୟୋଜିତ ହେବାକୁ ଥିବା ଆଇଫା ଆୱାର୍ଡରେ ଯୋଗ ଦେଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲୀନ ଫର୍ଣ୍ଣାଣ୍ଡିଜ । ମେ ୩୧ରୁ ଜୁନ ୬ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ତେବେ ଆବୁଧାବିରେ ସେ ଯେଉଁ ହୋଟେଲରେ ରହିବେ ତାର ସମସ୍ତ ତଥ୍ୟ ଇଡିକୁ ପ୍ରଦାନ କରିବେ । ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କା ଡିପୋଜିଟ କରିବାକୁ ପଡିବ ।

ଫେରିବା ମାତ୍ରେ ସେ ଇଡିକୁ ସୂଚନା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚାନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ଠକେଇ ମାମଲାରେ ଜ୍ୟାକଲୀନଙ୍କ ନାମ ଉଠିଛି । ଏହି ମାମଲାକୁ ଇଡି ଯାଂଚ କରୁଛି । ଜ୍ୟାକଲୀନଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରୀ କରାଯାଇଥିବାରୁ ସେ ଯିବା ପୂର୍ବରୁ କୋର୍ଟଙ୍କ ଅନୁମତି ଲୋଡିଥିଲେ ।

Comments are closed.