Latest Odisha News

ଏତେ କଥା ହେଲା କିନ୍ତୁ ପୁରୀ ସାଂସଦ ଘଟଣାସ୍ଥଳକୁ ଆସିଲେନି: ବିଜୟ ମହାପାତ୍ର

ଭୁବନେଶ୍ୱର: ପୁଣିଥରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ପୁଣିଥରେ ଏଏସଆଇ ଏବଂ ଏଏନଏମଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର। ପୁରୀର ଏହି ପ୍ରକଳ୍ପକୁ ବିବାଦୀୟ ହୋଇସାରିଲାଣି । ହେଲେ ଏତେ ପରେ ବି ଏନଏମଏ ଚେୟାରମ୍ୟାନ ଗୁଜରାଟର ଅହମଦାବାଦ ଯାଉଛନ୍ତି କିନ୍ତୁ ପୁରୀ ଆସୁନାହାନ୍ତି । ଏଠି କଣ ନିୟମ ବାହାରେ କାମ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଏଠି କଣ କିଛି ସରକାରୀ କର୍ମଚାରୀ ବେଆଇନ କାମ କରି ନାହାନ୍ତି କି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ଏହା ପୂର୍ବରୁ ଶୁକ୍ରବାର ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପରେ ମଧ୍ୟ ବିଜୟ ମହାପାତ୍ର ଏଏସଆଇ ଏବଂ ଏଏନଏମଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣାରେ ପ୍ରଥମ ଦୋଷୀ ଏଏସଆଇ ଏବଂ ଏଏନଏମ ବୋଲି କହିଥିଲେ।

ଅନ୍ୟପଟେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରି ବିଜୟ ମହାପାତ୍ର କହିଛନ୍ତି, ସାଂସଦ କଣ ପାଇଁ କହୁଛନ୍ତି ସେ ବିଷୟରେ ମତ ରଖିବାକୁ ମୁଁ ଚାହୁଁନାହିଁ। କିନ୍ତୁ ସେ ନିଜେ ଆସି ଆଲୋଚନା କରୁନାହାନ୍ତି କି ସାଂସଦ ନିଜେ ଘଟଣା ସ୍ଥଳକୁ ଆସିନାହାନ୍ତି କି ଦେଖିନାହାନ୍ତି।

ଶନିବାର ସାଂସଦ ପିନାକୀ ମିଶ୍ର କହିଥିଲେ ଜଗନ୍ନାଥଙ୍କ ଇଚ୍ଛାରେ ପ୍ରକଳ୍ପ କାମ ଚାଲିଛି। ଏହି କାମକୁ କୌଣସି ସ୍ୱାର୍ଥପର ଏଜେନ୍ସି ରୋକିପାରିବ ନାହିଁ ବୋଲି କହିଥିଲେ। ଏହାର ଜବାବରେ ସେ କହିଥିଲେ, ପରିକ୍ରମା ପ୍ରକଳ୍ପ ଚାଲିଛି ଚାଲିବ ଏହା ସତ କଥା। ସାଂସଦ କିଛି ମିଛ କହି ନାହାନ୍ତି। କିନ୍ତୁ ପ୍ରକଳ୍ପ ସବୁଦିନ ଚାଲିବ କି ନାହିଁ ତାହା କୋର୍ଟ ବିଚାର କରିବେ । ସେହିପରି ଏଏସଆଇ, ଏନଏମଏ ଯେପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇ ନାହାନ୍ତି ସେପର୍ଯ୍ୟନ୍ତ କାମ ଚାଲିବ, ବନ୍ଦ ହେବ ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

Comments are closed.