Latest Odisha News

BREAKING NEWS

ଟ୍ରକ ଧକ୍କା ଦେଲା ଅଟୋକୁ: କାମ ସାରି ଆଉ ଘରକୁ ଫେରି ପାରିଲେନି ନିର୍ମାଣ ଶ୍ରମିକ

କୋରାପୁଟ (ପବନ କୁମାର): ଟ୍ରକ ଧକ୍କା ଦେଲା ଅଟୋକୁ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି 5 ଜଣଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ଦୁର୍ଘଟଣା ବେଳେ ଅଟୋରେ 10 ଜଣ ବସିଥିବା ଜଣାପଡିଛି । ସେଥି ମଧ୍ୟରୁ 2 ଜଣ ସୁରକ୍ଷିତ ରହିଥିବା ଜଣା ପଡିଛି। କୋରାପୁଟ ରାଣିଗଡ ରାସ୍ତାର ଦୟାନିଧି ଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଛି।

କୋରାପୁଟ ସଦର ଥାନା ଆଇଅଇସି କିରଣ ବାଲା ସାମଲ ଏହି ସୂଚନା ଦେଇଛନ୍ତି । ମୃତକମାନେ ପୁଟୃଗୁଡା ଓ ମୁଶାଗୁଡାର ବୋଲି ବୋଲି ଜଣାପଡିଛି । ମୃତକମାନେ କୋରାପୁଟ ସହରରେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି ।

କାମ ସାରି ଅଟୋ ଯୋଗେ ଘରକୁ ଫେରୁଥୁବା ବେଳେ ବୋରିଗୁମା ପଟୁ ଆସୁଥୁବା ମାଲ ବୋଝେଇ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଟ୍ରକର ଡ୍ରାଇଭର ଓ ହେଲପର ମଦ୍ୟପାନ କରିଥିବା ଜଣାପଡିଛି । ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇଥିବାରୁ ଏହି ଦୁର୍ଘଟଣା ଘଟିଛି ଯେଉଁଥିପାଇଁ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ କୋରାପୁଟ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.