Latest Odisha News

BREAKING NEWS

ଆଜି ନ୍ୟୁଜିଲାଣ୍ଡକୁ ଭେଟୁଛି ଭାରତ, କ୍ରମାଗତ ମ୍ୟାଚ ଜିତିବା ଲକ୍ଷ୍ୟରେ ବିରାଟ କୋହଲୀ

ନଟିଂହାମ: ଇଂଲଣ୍ଡ ଓ ୱେଲ୍ସରେ ଚାଲିଥିବା ଆଇସିସି ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ରୋଚକପୂର୍ଣ୍ଣ ମ୍ୟାଚରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । କେନ୍ ୱିଲିୟମସନଙ୍କ କିୱିଦଳ ଏବଂ ବିରାଟଙ୍କ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଅପରାଜେୟର ରେକର୍ଡ଼ ଜାରି ରଖିଛନ୍ତି ।

ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରି ପଏଣ୍ଟ ତାଲିକା ଶୀର୍ଷରେ ରହିଛି । ମାତ୍ର ଏଯାଏଁ କିୱି ଦଳ ସେପରି ଶକ୍ତିଶାଳୀ ଦଳକୁ ଭେଟିନାହିଁ । ଅନ୍ୟପକ୍ଷରେ ବିରାଟ କୋହଲୀଙ୍କ ଭାରତୀୟ ଦଳ ଦୁଇଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିପାରିଛି । ଭାରତ ଯେଉଁ ଦୁଇଟି ଦଳକୁ ପରାସ୍ତ କରିପାରିଛି ସେହି ୨ଟି ଦଳ ବେଶ୍ ଶକ୍ତିଶାଳୀ ଦଳ । ଗୋଟିଏ ଟିମ୍ ଆରୋନ ଫିଞ୍ଚଙ୍କ ଦୁର୍ଦ୍ଧଶ ଅଷ୍ଟ୍ରେଲିଆ ଦଳ ଏବଂ ଅନ୍ୟଟି ଦକ୍ଷିଣ ଆଫ୍ରିକା ଦଳ ।

ତେବେ ଧୁଆଁଧାର ଓପନର୍ ଶିଖର ଧାୱନ ଆହତ ଜନିିତ କାରଣରୁ ମ୍ୟାଚ ଖେଳିପାରିବେ ନାହିଁ, ଏହା ହିଁ ଭାରତ ଲାଗି ସବୁଠାରୁ ଚିନ୍ତାର ବିଷୟ ଏବେ ପାଲଟିଛି । ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମୁଖ୍ୟ ଦାବିଦାର ହୋଇଥିଲେ ମଧ୍ୟ ଦେଖିବାକୁ ଗଲେ ଭାରତ ହିଁ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ଉନ୍ନତ ଓ ସନ୍ତୁଳିତ ଦଳ ଭାବେ କ୍ରିକେଟ ବିଶାରଦମାନେ କହିଛନ୍ତି ।

ଆଜି ନଟିଂହାମଠାରେ ଏହି ମ୍ୟାଚ ଖେଳାଯାଉଛି, କିଛି ମ୍ୟାଚରେ ବର୍ଷା ଦାଉ ସାଧିଥିବାରୁ ମ୍ୟାଚକୁ ସମ୍ପୂର୍ଣ୍ଣ ଧୋଇଦେଇଛି । ତେବେ ଯଦି ପାଗ କୋହଲା ରହେ ତେବେ ସିମରଙ୍କୁ ଏହି ପିଚ୍ ସୁହାଇବ ବୋଲି ଜଣାପଡ଼ିଛି ।

ଭାରତୀୟ ଦଳର ଓପନିଂ ବିଭାଗ ଉପ-କପ୍ତାନ ରୋହିତ ଶର୍ମା ଏବଂ କେ ଏଲ ରାହୁଲ ସମ୍ଭାଳିପାରନ୍ତି । ବିରାଟ କୋହଲୀ ଶିଖର ଧାୱନଙ୍କ ଅନୁପସ୍ଥିତିକୁ ଲକ୍ଷ୍ୟ କରି ଅଭିଜ୍ଞ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ରିଷଭ ପନ୍ଥ, ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡ଼େଜା, ଜଶପ୍ରିତ୍ ବୁମରା, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, କେ ଏଲ ରାହୁଲ ଓ ବିଜୟ ଶଙ୍କର ।
Leave A Reply

Your email address will not be published.