Latest Odisha News

BREAKING NEWS

ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ‘ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ଆୟୋଜନ

ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସମାନ ଅଧିକାର ଦେବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ : ସମୀର ମହାନ୍ତି

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ପୂର୍ଣ୍ଣ ହୋଇଛି । କେନ୍ଦ୍ରସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି । ବିଗତ ଦିନରେ ଜାତିବାଦ, ପରିବାରବାଦ, ଭ୍ରଷ୍ଟାଚାର, ତୁଷ୍ଟିକରଣ ହେଉଥିବା ଭାରତୀୟ ରାଜନୀତିକୁ ମୋଦି ସରକାରଙ୍କ ସମୟରେ ସର୍ବସ୍ପର୍ଶୀ, ସର୍ବ ସମାବେଶୀ, ବିକାଶବାଦର ଜୟଯାତ୍ରାରେ ପରିଣତ କରାଯାଇଛି । ଏହି ସବୁ ଜନକଲ୍ୟାଣ ଯୋଜନାରେ ସର୍ବାଧିକ ଲାଭାନ୍ୱିତ ହୋଇଛନ୍ତି ଜନଜାତିବାସୀ ବୋଲି କେନ୍ଦୁଝର ଜିଲ୍ଲା ତେଲକୋଇଠାରେ ଅନୁଷ୍ଠିତ ‘ଅନୁସୂଚିତ ଜନଜାତି ହିତାଧିକାରୀ ମେଳା’ରେ ଯୋଗ ଦେଇ ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ଶ୍ରୀ ମହାନ୍ତି ସମ୍ମାନିତ ମଧ୍ୟ କରିଛନ୍ତି ।

 

ମେଳାରେ ଉପସ୍ଥିତ ହିତାଧିକାରୀଙ୍କୁ ଶ୍ରୀ ମହାନ୍ତି କହିଛନ୍ତି ଯେ ଗରୀବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ଅଳ୍ପସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତ୍‌ଥାନର ଯାତ୍ରା ହେଉଛି ଗତ ୮ ବର୍ଷ । ଜନଜାତି ସଂପ୍ରଦାୟଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ପରଂପରାର ସଂରକ୍ଷଣ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ।

ଜନଜାତି ବର୍ଗ ଲୋକଙ୍କ ପାଇଁ ମୋଦୀ ସରକାର ସମ୍ମାନ, ଅଧିକାର ଓ ସୁଯୋଗ ଯୋଗାଇ ଦେବା ସହ ବିକାଶ ଲାଗି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ କରିଛନ୍ତି । ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ସମାନ ଅଧିକାର ଦେବା ପାଇଁ ମୋଦି ସରକାର ସଦାସର୍ବଦା ପ୍ରଚେଷ୍ଟା କରୁଛନ୍ତି ।

ଗତ ୮ ବର୍ଷରେ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳ ପାଇଛନ୍ତି ଜନଜାତି ସଂପ୍ରଦାୟ । ଡିବିଟି ଜରିଆରେ ସିଧାସଳଖ ହିତାଧିକାରୀଙ୍କ ପାଖକୁ ସହାୟତା ରାଶି ଆସୁଛି । ମୋଦି ସରକାର ମିଶନଶକ୍ତି ମାଧ୍ୟମରେ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବି କରିବା ସହ ବନଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରିବାର ସୁଯୋଗ ଦେଲେ ।

ଏହା ସହ  ଆତ୍ମନିର୍ଭର ଓ ମୁଦ୍ରା ଲୋନ ମାଧ୍ୟମରେ ୫୦ହଜାର ଟଙ୍କାରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହି ଯୋଜନା ୨୦୧୬ରେ ମୋଦି ସରକାର ଆରମ୍ଭ କରିଥିଲେ । ମିଶନଶକ୍ତି ଆଦିବାସୀ ମହିଳା ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହିଁଲେ ତାଙ୍କୁ ୧କୋଟି ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ କିଷାନ ସମ୍ମାନ ନିଧି, ଇ-ନାମ, ମୃତିକା ସ୍ୱାସ୍ଥ୍ୟ କାର୍ଡ, କିଷାନ କ୍ରେଡିଟ କାର୍ଡ, ପିଏମ କୃଷି ସିଂଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ନମାମୀ ଗଙ୍ଗେ, ମୁଦ୍ରା ଯୋଜନା, ଜନଧନ, ଉଜ୍ଜ୍ୱଳା ଯୋଜନା, ପାନୀୟ ଜଳ, ଶୈାଚାଳୟ, ସୈାଭାଗ୍ୟ ଯୋଜନା ଭଳି ଜନଜାତିଙ୍କ ବିକାଶ ପାଇଁ ମୋଦୀ ସରକାର କେନ୍ଦ୍ର ବଜେଟ୍‌ରେ ୮୮ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ସେହିପରି ଜନଜାତି ଛାତ୍ରବୃତି ପରିମାଣକୁ ୯୭୮ କୋଟିରୁ ୨୭୨୬ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା ୯୦ରୁ ୫୧୨ ପହଂଚିଲାଣି । ଜନଜାତି ସଂସ୍କୃତି ଓ ପରଂପରାର ସଂରକ୍ଷଣ ପାଇଁ ସମଗ୍ର ଦେଶରେ ୧୦ଟି ସ୍ୱାଧିନତା ସଂଗ୍ରାମୀ ସଂଗ୍ରାହଳୟ ପ୍ରତିଷ୍ଠା କରାଯାଇଛି । ଜଙ୍ଗଲ ଅଧିକାରରେ ୨ଗୁଣା ବୃଦ୍ଧି କରାଯାଇ ୧୦୩.୫ ଟକ୍ଷ ଏକରରେ ପଂହଚିଛି ।

ଦେଶର ୧୧୭ଟି ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ ଓ ସମୃଦ୍ଧି କରିବା ପାଇଁ ମୋଦୀ ସରକାର ଆକାଂକ୍ଷୀ ଜିଲ୍ଲା ଭାବେ ନିଜ ହାତକୁ ନେଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମଏଫ୍ ପାଂଠି ଗଠନ କରାଯାଇଛି । ଆଦିବାସୀ ସ୍ୱତନ୍ତ୍ରତା ସେନାନୀଙ୍କ ଉଦ୍ଦେଶ୍ୟରେ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା କରି ଜନଜାତି ବର୍ଗଙ୍କୁ ନ୍ୟାର୍ଯ୍ୟ ସମ୍ମାନ ପ୍ରଦାନ କରିଛନ୍ତି ମୋଦି ସରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଦେଶରେ ସର୍ବାଧିକ ଜନଜାତି ଥିବା ରାଜ୍ୟ ହେଲା ଓଡ଼ିଶା । ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ ଏବଂ ୬୨ଟି ସମ୍ପ୍ରଦାୟ ଓ ୧୩ଟି ପିଭିଟିଜି ସଂପ୍ରଦାୟର ଜନଜାତି ବସବାସ କରନ୍ତି । ରାଜ୍ୟର ୩୩ଟି ବିଧାନସଭା ଅନୁସୁଚିତ ଜନଜାତିଙ୍କ ପାଇଁଁ ସଂରକ୍ଷିତ ଏବଂ ୩୧୪ଟି ବ୍ଲକରୁ ୧୧୯ଟି ହେଉଛି ଆଇଟିଡିଏ ବ୍ଲକ ।

ବର୍ତମାନ ସୁଦ୍ଧା ଅଧିକାଂଶ ଜନଜାତି ଅଂଚଳରେ ବିକାଶ ପହଂଚି ପାରିନାହିଁ । ସଠିକ ପ୍ରଚାର ପ୍ରସାର ଅଭାବରୁ ୨୧ଟି ଜନଜାତି ଭାଷା ପ୍ରାୟ ବିଲୁପ୍ତ । ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ ନ୍ୟସ୍ତ କରିଛନ୍ତି ।

ଗ୍ରାମସଭା ନ କରାଯାଇ ସେଠାରେ ଥିବା ଜିଲ୍ଲାପାଳ ଶାସକ ବିଜେଡିକୁ ସୁହାଇବା ଭଳି ଜନଜାତି ବିରୋଧୀ କାର୍ଯ୍ୟ ହାତକୁ ନେଉଛନ୍ତି ଏବଂ ଏହା ଦ୍ୱାରା ଜନଜାତି ବର୍ଗ ଜଙ୍ଗଲ ଅଧିକାର ଆଇନରୁ ବଂଚିତ ହେଉଛନ୍ତି । ଜନଜାତିଙ୍କୁ ତାଙ୍କ ନ୍ୟାର୍ଯ୍ୟ ଜଙ୍ଗଲ ଜମି ଅଧିକାରରୁ ବଂଚିତ ରଖୁଥିବାବେଳେ ସରକାରୀ ଜମି ହଡପକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ପଟ୍ଟା ଦିଆଯାଉନାହିଁ । ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ମଧ୍ୟ ବ୍ୟବସ୍ଥାକୁ ସଠିକ ଭାବେ ଲାଗୁ କରାଯାଇନାହିଁ । ଜନଜାତି ବର୍ଗକୁ ଶାସକ ବିଜେଡି କେବଳ ଭୋଟବ୍ୟାଂକ ଭାବେ ବ୍ୟବହାର କରିଚାଲିଛି । ରାଜ୍ୟର ଜନଜାତି ବର୍ଗଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଆଇନଶୃଙ୍ଖଳା ଆଦି ଯୋଗାଇ ଦେବାରେ ବିଫଳ ଶାସକ ବିଜେଡି ତାଙ୍କ ସାମ୍ବିଧାନି ଅଧିକାର ଛଡାଇ ନେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟରେ ୬୫% ଆଦିବାସୀ ଶିଶୁ ରକ୍ତ ହୀନତାର ଓ ଅପପୁଷ୍ଟିର ଶିକାର । ରାଜ୍ୟରେ ପ୍ରାୟ ଅପହଂଚ ଗାଁ ସଂଖ୍ୟା ୨,୪୭୬ରୁ ୧,୩୨୬ ଗାଁ କେବଳ ୫୦% ଆଦିବାସୀ ବସବାସ କରୁଥିବା ୯ଜିଲ୍ଲା ଗୁଡ଼ିକରେ ଅବସ୍ଥିତ । ୨୦୨୦ରେ ଓଡିଶାରେ ଅନୁସୁଚିତ ଜନଜାତି ବର୍ଗଙ୍କ ବିରୋଧରେ ଅପରାଧ ମାମଲା ୬୨୪ଟି ରୁଜୁ ହେବା ସହ ଏହା ଦେଶରେ ଚତୁର୍ଥ ସର୍ବାଧିକ ଥିଲା । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାରୁ ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଦଳିତ ବିରୋଧୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । ଅଧିକାଂଶ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଉନାହିଁ । ଏହି କାରଣରୁ ଜନଜାତି ବର୍ଗ ଆଜି ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ, ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ନିର୍ବାଚନ ପୂର୍ବରୁ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ବର୍ତମାନ ସ୍ଥାଣୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଟ୍ରାଇବାଲ ଆଫାୟାର୍ସ ବୈଠକ ଅନୁଷ୍ଠିତ ନହେବା କାରଣରୁ ଜନଜାତିବର୍ଗଙ୍କ ବହୁ ସମସ୍ୟାର ସମାଧାନ ହୋଇପାରୁନାହିଁ ।

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଛି ସେମାନେ ହିଂସା ଏବଂ ଦ୍ୱେଷର ଶିକାର ହେଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମଏଫ ପାଂଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାକୁ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ଭାବେ ହରିଲୁଟ୍ କରିବା କାରଣରୁ ବିକାଶ ବାଧାପ୍ରାପ୍ତ ହେଇଛି । ଜନଜାତି ବର୍ଗର ବିକାଶ ପାଇଁ ରହିଥିବା ଆଇଟିଡିଏ ବିଭାଗରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୋଦି ସରକାରଙ୍କ ୮ ବର୍ଷ ଶାସନ କାଳରେ ଅନୁସୂଚିତ ଜନଜାତିବର୍ଗଙ୍କ ସାମୁହିକ ବିକାଶ ପାଇଁ ଅନେକ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରାଯାଇଛି । ଏହି ସମସ୍ତ ଯୋଜନାର ସୁପ୍ରଚାର ପାଇଁ ଦେଶବ୍ୟାପୀ ‘ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ଆୟୋଜନ କରାଯିବା ସହିତ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରାଯାଉଛି । ଆଜି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଅନୁସୂଚିତ ଜନଜାତି ହିତାଧିକାରୀ ମେଳା’ରେ ଆୟୋଜନ କରାଯାଇଛି ।

 

Leave A Reply

Your email address will not be published.