Latest Odisha News

କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ ଅଧିକ ଟେଷ୍ଟ କରାଅ: କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ସଂକ୍ରମଣର ନୂଆ କିମ୍ବା କ୍ଲଷ୍ଟର ରିପୋର୍ଟ ଆସୁଥିବା ଅଞ୍ଚଳରେ ଅଧିକରୁ ଅଧିକ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ଏବଂ ଏହି ରୋଗର ମୁକାବିଲା ପାଇଁ ପାଇଁ ପଞ୍ଚମୁଖୀ ରଣନୀତି ଅନୁସରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ରଣନୀତି ହେଉଛି ଟେଷ୍ଟ-ଟ୍ରାକ୍-ଟ୍ରିଟ୍, ଟିକାକରଣ ଏବଂ କୋଭିଡ୍ ନିୟମ ଅନୁପାଳନା ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଗତ ଚାରି ମାସ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ କ୍ରମାଗତ ହ୍ରାସ ଘଟିଥିଲେ ମଧ୍ୟ ଗତ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି । ଜୁନ୍ ୮ରେ ଦୈନିକ ହାରାହାରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୦୭ ଥିବା ବେଳେ ଜୁନ୍ ୧ରେ ହାରାହାରି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬୩ ଥିଲା । ସେହିପରି ସାପ୍ତାହିକ ପଜିଟିଭ୍ ହାର ୦.୬୩ ପ୍ରତିଶତ (ଜୁନ୍ ୧ ସପ୍ତାହ)ରୁ ୧.୧୨ ପ୍ରତିଶତ (ଜୁନ୍ ୮ ସପ୍ତାହ)କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭ ହଜାର ୨୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଏବଂ କର୍ଣ୍ଣାଟକରୁ ୮୧ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜେଶ ଭୂଷଣ କହିଛନ୍ତି ଯେ କରୋନା ପରୀକ୍ଷା ଏବଂ ସର୍ଭେଲାନ୍ସ ଅଧିକରୁ ଅଧିକ ହେବା ଦରକାର । ଏଥିସହ ସ୍ଥାନୀୟ ସରକାର ନିର୍ଦ୍ଦିଷ୍ଟ ରଣନୀତି ତିଆରି କରି କରୋନା ସଂକ୍ରମଣ କିପରି କମିବ ତା ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

Comments are closed.