Latest Odisha News

BREAKING NEWS

ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବର୍ତ୍ତମାନ ସରପଞ୍ଚ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକ ମସିଆଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ବର୍ତ୍ତମାନର ସରପଞ୍ଚ କେ. ବୁଲୁ(୪୨)ଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଗିରଫ କରିଛି । ଫଳରେ ଏହି ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି ।

ସୂଚନା ଯୋଗ୍ୟ ଯେ, ମନୋଜ ୨୦୧୨ରୁ ୨୦୧୭ ଯାଏଁ ମସିଆଖାଲି ପଞ୍ଚାୟତର ସରପଞ୍ଚ ରହିଥିଲେ । ଚଳିତବର୍ଷ ବୁଲୁ ବିଜେଡ଼ି ସମର୍ଥନରେ ସରପଞ୍ଚ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ମନୋଜଙ୍କ ଗୋଷ୍ଠୀର ପ୍ରାର୍ଥୀ ହାରିଯାଇଥିଲେ । ଯାହାକୁ ନେଇ ବୁଲୁ ଗୋଷ୍ଠୀ ଓ ମନୋଜ ଗୋଷ୍ଠୀ ମଧ୍ୟରେ ଅନେକ ଦିନ ହେବ ଛକାପଞ୍ଛା ଲାଗିରହିଥିଲା । ସୋମବାର ରାତିରେ ମସିଆଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ବୁଲୁ ସେଠାରେ ଅତିଥି ଭାବେ ଯୋଗ ଦେଇଥିଲେ ା ହେଲେ ଏହି କାର୍ଯ୍ୟକ୍ରମରେ ମନୋଜଙ୍କୁ ଅତିଥିଭାବେ ଡକାଯାଇନଥିଲା । ଯାହାକୁ କେନ୍ଦ୍ର କରି ମନୋଜଙ୍କ ସମର୍ଥକ ଓ କିଛି ଗ୍ରାମବାସୀ ଉତ୍ୟକ୍ତ ହୋଇଯାଇଥିଲେ। ଖବରପାଇ ସଦର ଥାନା ପୋଲିସ ସେଠାରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ହେଲେ ରାତି ୧ଟା ୩୦ ବେଳେ ମନୋଜ ଏବଂ ତାଙ୍କର ଦୁଇଜଣ ସାଙ୍ଗ ଦୁର୍ଗା ପ୍ରସାଦ ଓ ଶଙ୍କର ଗୌଡ ନିକଟସ୍ଥ ଏକ ପୋଖରୀରୁ ଶୌଚ ସାରି ଘରକୁ ଫେରୁଥିବା ବେଳେ ସେଠାରେ ଏକାଧିକ ବାଇକଯୋଗେ ସରପଞ୍ଚ ବୁଲୁ ଓ ତାଙ୍କ ସମର୍ଥକମାନେ ପହଞ୍ଚି ଥିଲେ । ଖଣ୍ଡା ଓ କାତିରେ ମନୋଜ ଓ ତାଙ୍କ ଦୁଇ ସହଯୋଗୀଙ୍କ ଉପରକୁ ଆକ୍ରମଣ କରିଥିଲେ । ମନୋଜଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ା ମନୋଜ ସମେତ ତାଙ୍କ ଦୁଇ ସହଯୋଗୀଙ୍କୁ ଗ୍ରାମାବସୀ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ ଡାକ୍ତରଖାନା ଓ ପରେ ବିଶାଖାପାଟଣା ନେଇଥିଲେ ା ବର୍ତ୍ତମାନ ବୁଲୁଙ୍କ ଚିକିତ୍ସା ବିଶାଖାପାଟଣାରେ ଚାଲୁ ରହିଥିବା ବେଳେ ତାଙ୍କ ଦୁଇ ସହଯୋଗୀ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ା ତେବେ ଏହି ଆକ୍ରମଣକୁ ନେଇ ମନୋଜଙ୍କ ଭାଇ ହେମନ୍ତ ସଦର ଥାନାରେ ଅଭିଯୋଗ କରିବା ପରେ ଥାନାରେ କେସ ନଂ ୨୩୬/୨୨ରେ ଏକ ମାମଲା ରୁଜୁ ହୋଇଥିଲା । ବୁଧବାର ସଦର ଥାନା ପୋଲିସ ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମର ଦୁଇ ଭାଇ ଜି. ପ୍ରକାଶ(୨୨) ଏବଂ ଜି. ପ୍ରଦୀପ (୨୦), ମନୋଜ ସାହୁ(୨୪), ବଳରାମ ଗୌଡ଼ (୨୦) ଏବଂ କେ. ଭଗବାନ(୨୯)ଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଆକ୍ରମଣ ବେଳେ ବ୍ୟବହୃତ ଖଣ୍ଡା ଓ କାତି ଜବତ ହୋଇଥିଲା । ତେବେ ଏତଲାରେ ନାମ ଥିଲେ ମଧ୍ୟ ବୁଲୁଙ୍କୁ ଗିରଫ କରାଯାଇନଥିଲା । ପରେ ବିଭିନ୍ନ ଆଡ଼ୁ ଚାପ ପରେ ବୁଲୁଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.