Latest Odisha News

BREAKING NEWS

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ବେଳେ ଦଳୀୟ ସମର୍ଥକ ତଦନ୍ତକାରୀ ସଂସ୍ଥା ବିରୋଧରେ ଦେବେ ନାରାବାଜି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ତେବେ ଏହି ସମୟରେ ଦଳର ସମସ୍ତ ସାଂସଦ, ବିଧାୟକ ଆଦି ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଓ ଇଡି ବିରୋଧରେ ନାରାବାଜି କରିବେ ବୋଲି ଜଣାପଡିଛି । ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ଦଳର ସାଂସଦ ଏବଂ ବରିଷ୍ଠ ନେତାମାନଙ୍କୁ ସୋମବାର ସକାଳେ ଆକବର ରୋଡ୍ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପହଞ୍ଚିବାକୁ କୁହାଯାଇଥିବା ସୂଚନା ରହିଛି ।

ନ୍ୟାସନାଲ ହେରାଲ୍ଡ ଖବରକାଗଜ ମାଲିକାନାରେ ଥିବା ପାର୍ଟି ପ୍ରମୋସନ ୟଙ୍ଗ ଇଣ୍ଡିଆନରେ ହୋଇଥିବା ଆର୍ଥôକ ଅନିୟମିତତାର ତଦନ୍ତ ପାଇଁ ଏହି ମାମଲା ରୁଜୁ କରାଯାଇଛି । ଏହି ଖବରକାଗଜଟି ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍ (ଏଜେଏଲ୍) ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ଏହାର ମାଲିକ ୟଙ୍ଗ୍ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ ରହିଛି ।

ରାହୁଲ ଗାନ୍ଧୀ ଯେତେବେଳେ ଇଡି ଜେରାର ସମ୍ମୁଖୀନ ହେବେ ସେତେବେଳେ ତାଙ୍କୁ ସମର୍ଥନ ଜଣାଇ ଏପିଜେ ଅବଦୁଲ କାଲାମ ରୋଡ ସ୍ଥିତ ଇଡି ଅଫିସ ଆଗକୁ ଏକ ପଦଯାତ୍ରା କରିବାର ଯୋଜନା ରହିଛି । ଆଉ ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ଗୁରୁବାର ସଂଧ୍ୟାରେ କଂଗ୍ରେସର ସାଧାରଣ ସମ୍ପାଦକ, ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ରାଜ୍ୟ ଶାଖା ସଭାପତିଙ୍କ ଭର୍ଚୁଆଲ ବୈଠକ ହୋଇଥିଲା ।

ଦଳର ବରିଷ୍ଠ ନେତାମାନେ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ-ଏଜେଏଲ ଡିଲ ଏକ ଉଦେ୍ଦଶ୍ୟମୂଳକ ମାମଲା । ଏହାର ସତ୍ୟତା ନାହିଁ । ଏହା ରାଜନୈତିକ ଉଦେ୍ଦଶ୍ୟ ରଖାଯାଇ କରାଯାଉଛି । ତେଣୁ ଇଡିର ଏହି ସମନକୁ ବିରୋଧ କରାଯିବ ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ଏବଂ ଭିତ୍ତିହୀନ ବୋଲି କଂଗ୍ରେସ କହିଛି । ବୁଧବାର ସୋନିଆଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଇଡିକୁ ସମୟ ମାଗିଛନ୍ତି । ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଜୁନ୍ ୨ରେ ହାଜର ହେବାକୁ ସମନ ଜାରି କରାଯାଇଥିଲା କିନ୍ତୁ ସେ ସେତେବେଳେ ବିଦେଶରେ ଥିବାରୁ ନୂଆ ତାରିଖ ମାଗିଥିଲେ ।

Leave A Reply

Your email address will not be published.