Latest Odisha News

BREAKING NEWS

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର ଭାଇରାଲ୍ ହୋଇଥିଲା । ଏନେଇ ପୋଲିସରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ଏନେଇ ୨ଟି ଏତଲା ରୁଜୁ କରିଛି ପୋଲିସ । ସତର୍କ ପଦକ୍ଷେପ ଭାବେ ପୋଲିସ କିସ୍ତୱାର ଓ ରମ୍ବାନ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ସହ କର୍ଫ୍ୟୁ ଲାଗୁ କରିଛି । ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।

Comments are closed.