ଭୁବନେଶ୍ୱର: ହାଇକୋର୍ଟ ବିଚାରପତିଙ୍କ ଝିଅ ହତ୍ୟାକାଣ୍ଡରେ ସଂପୃକ୍ତ । ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସବିନାଙ୍କ ଝିଅ କଲ୍ୟାଣୀ ସିଂଙ୍କୁ ବୁଧବାର ସିବିଆଇ ଗିରଫ କରିଛି । ଚଣ୍ଡିଗଡ଼ରୁ ସିବିଆଇ କଲ୍ୟାଣୀଙ୍କୁ ଗିରଫ କରିବା ପରେ ଚାରି ଦିନିଆ ରିମାଣ୍ଡରେ ନେଇଛି । ୨୦୧୫ ମସିହାରେ ଜାତୀୟ ସ୍ତରୀୟ ସୁଟର୍(ବନ୍ଧୁକ ଚାଳକ) ସିପି ସିଦ୍ଧୁ ହତ୍ୟା ଘଟଣାରେ ପ୍ରଥମ ଅଭିଯୁକ୍ତ ଭାବେ କଲ୍ୟାଣୀ ଗିରଫ ହୋଇଛନ୍ତି ।
ଏକ ତିକ୍ତ ପ୍ରେମ ସଂପର୍କରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସିବିଆଇ ସନ୍ଦେହ କରୁଥିବା ଏନଡିଟିଭି ଖବର ପ୍ରକାଶ କରିଛି । ସୁଖମନପ୍ରୀତ ସିଂ ଜାତୀୟ ସ୍ତରୀୟ ସୁଟର ସହ ଜଣେ କର୍ପୋରେଟ ଓକିଲ ଥିଲେ । ତ୍ରିକୋଣୀୟ ପ୍ରେମ ସଂପର୍କରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି । ୨୦୧୬ ମସିହାରେ ସିବିଆଇ ହାତକୁ ତଦନ୍ତ ଭାର ଯିବା ଦିନ ଠାରୁ ଏହି ହତ୍ୟାକାଣ୍ଡରେ ଜଣେ ମହିଳାଙ୍କ ସଂପୃକ୍ତି ଥିବା ସ୍ପଷ୍ଟ କରିଛି ।
ପଞ୍ଜାବ ରାଜ୍ୟପାଳ ତଥା ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଂଚଳର ପ୍ରଶାସନିକ ମୁଖ୍ୟ ଏହି ମାମଲାରେ ହସ୍ତକ୍ଷେପ କରିବା ପରେ ସିବିଆଇକୁ ତଦନ୍ତ ଭାର ଦିଆଯାଇଥିଲା । ପ୍ରଥମେ ସିବିଆଇ ପ୍ରମାଣଧାରୀ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଆହ୍ୱାନ ଦେଇଥିଲା । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
Comments are closed.