ମୁମ୍ବାଇ: ଜୁଲାଇ ୧୨ରେ ରେସଲର ସଂଗ୍ରାମ ସିଂ ଓ ଅଭିନେତ୍ରୀ ପାୟଲ ରୋହତଗୀଙ୍କ ବାହାଘର ହେବ । ଆଗ୍ରାରେ ବିବାହ କରିବା ନେଇ ପାୟଲ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କ କଥା ରଖି ସଂଗ୍ରାମ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ୨୦୧୧ରେ ଆଗ୍ରା ହାଇୱେରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ । ପାୟଲଙ୍କ କାର ଖରାପ ହୋଇଥିବାରୁ ସେ ରାସ୍ତା କଡରେ ଛିଡା ହୋଇ ଲିଫ୍ଟ ମାଗିଥିଲେ । ସେ ସମୟରେ ମୁଁ ରେସଲିଂ ମୁକାବିଲାରୁ ଫେରିଥାଏ । ମୋ ଶରୀରର କାଦୁଅ ଓ ଅପରିଷ୍କାର ହୋଇଥିଲା ।
ପାୟଲ ଏହା ଦେଖି ହସି କରି କହିଥିଲେ ଗାଡି ତ ଭଲ ସଫା କରିଛ ଆଉ… । ଜବାବରେ ସଂଗ୍ରାମ କହିଥିଲେ ଅନ୍ୟ ଦିନ ତୁଳନାରେ ମୁଁ ଅଧିକ ସଫା ଅଛି । ଏହା ପରେ ଫୋନ ନମ୍ବର ନେବା, ବନ୍ଧୁତା ଓ ଶେଷରେ ପ୍ରେମ ଗଢ଼ି ଉଠିଥିଲା । ଏବେ ଆମେ ପତି ପତ୍ନୀ ହେବାକୁ ଯାଉଥିବାରୁ ବେଶ ରୋମାଂଚିତ ଅଛି ବୋଲି ପାୟଲ କହିଛନ୍ତି । ଆର୍ଯ୍ୟ ସମାଜ ରୀତି ନୀତି ଅନୁସାରେ ମନ୍ଦିରରେ ବିବାହ କରାଯିବ ।
Comments are closed.