Latest Odisha News

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ଅମିତ ରୋହିଦାସ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ସୋମବାର ଭାରତୀୟ ପୁରୁଷ ହକି ଦଳର ଘୋଷଣା କରାଯାଇଛି । ମନପ୍ରୀତ ସିଂଙ୍କୁ ପୁନର୍ବାର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଓଡିଶାର ଅମିତ ରୋହିଦାସଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିଛି । ଏଫଆଇଏଚ ପ୍ରୋ ଲିଗରେ ଅମିତ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ଉପସ୍ଥିତିରେ ଟିମ ଇଣ୍ଡିଆର ରକ୍ଷାପନ୍ଥୀ ଆହୁରି ସୁଦୃଢ଼ ରହିବ ବୋଲି ଚୟନ କମିଟି ପକ୍ଷରୁ କୁହାଯାଇଛି । ହରମନପ୍ରୀତ ସିଂଙ୍କୁ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡା ବର୍ମିଂହାମରେ ଆୟୋଜିତ ହେବ । ଜୁଲାଇ ୩୧ରେ ଘାନା ବିପକ୍ଷରେ ଭାରତର ହକି ଅଭିଯାନ ଆରମ୍ଭ ହେବ । ପୁଲ ବିରେ ଭାରତ ସହ ଇଂଲଣ୍ଡ, କାନାଡା, ୱେଲ୍ସ ଓ ଘାନା ରହିଛନ୍ତି ।

ଭାରତୀୟ ହକି ଦଳ: ମନପ୍ରୀତ ସିଂ (ଅଧିନାୟକ), ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଶମଶେର ସିଂ, ଆକାଶଦୀପ ସିଂ, ନୀଳକାନ୍ତ ଶର୍ମା, ବରୁଣ କୁମାର, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂ (ଉପ ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂ, ଜରମନପ୍ରୀତ ସିଂ, ମନଦୀପ ସିଂ,ଗୁରଜନ୍ତ ସିଂ, ଲଳିତ କୁମାର ଉପାଧ୍ୟୟ, ଅଭିଷେକ, ପିଆର ଶ୍ରୀଜେଶ ଓ କ୍ରିଷ୍ଣା ବାହାଦୂର ପାଠକ ।

Leave A Reply

Your email address will not be published.