[ଦେଖନ୍ତୁ ଭିଡିଓ] ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର: ବୋମା ମାଡ ସହ ଷ୍ଟେସନରୁ ଲଗେଜ୍ ସ୍କାନିଂ ବେଳେ ବିଡ଼ା ବିଡ଼ା ଟଙ୍କା ଉଦ୍ଧାର
ପୁରୀ : ଅଶାନ୍ତ ହୋଇପଡ଼ିଛି ପୁରୀ ଶ୍ରୀକ୍ଷେତ୍ର । ଦିନକୁ ଦିନ ବଢୁଛି ଅପରାଧ ଆଉ ବଢୁଛି ଅପରାଧୀଙ୍କ ସଂଖ୍ୟା। ଏବେ ପୁଣି ଥରେ ପୁରୀରେ ବୋମାମାଡ ହୋଇଛି । ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଘରକୁ ୨ ଦୁର୍ବୃତ୍ତ ବାଇକ ଆସି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି ।
ଏଥିରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତୃତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସପ୍ତାହ ମଧ୍ୟରେ ଏହା ଶ୍ରୀକ୍ଷେତ୍ରରେ ଦ୍ୱିତୀୟ ବୋମାମାଡ ଘଟଣା ।
ଅନ୍ୟପଟେ ପୁରୀ ରେଳ ଷ୍ଟେସନ୍ରେ ଯାତ୍ରୀଙ୍କ ବ୍ୟାଗ୍ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ରେଳ ଷ୍ଟେସନ୍ରେ ଲଗେଜ୍ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗ୍ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ନଗଦ ୨୮ ଲକ୍ଷ ୮୫ ହଜାର ୫ ଶହ ଟଙ୍କା ଜବତ କରିଛି RPF । RPF ଥାନାରେ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଥିବା ବେଳେ, ତାଙ୍କ ନାଁ ଉଦୟ କୁମାର ଓ ଘର ବିଶାଖାପାଟଣାର ନରସିପାଟନମ୍ ବୋଲି ଜଣାପଡ଼ିଛି ।
ଶୁକ୍ରବାର ସନ୍ଧ୍ୟାରେ ସେ ପୁରୀରୁ ବିଶାଖାପାଟଣା ଯିବା ବେଳେ RPF ତାଙ୍କ ଲଗେଜ୍ ସ୍କାନ କରିଥିଲା । ସେଥିରେ ବିପୁଳ ପରିମାଣର ଟଙ୍କା ଥିବା ଦେଖି ସନ୍ଦେହ ସୃଷ୍ଟି ହେବାରୁ ଯାତ୍ରୀଙ୍କୁ ଅଟକ ରଖାଯାଇଛି ।
ସେ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତଦନ୍ତ ଚାଲିଛି । ଅନ୍ୟପକ୍ଷରେ ଉଦୟ କହିଛନ୍ତି ଯେ, ସେ ଜମି ବିକ୍ରି କରି ଏସବୁ ଟଙ୍କା ଆଣିଛନ୍ତି ।
ଦିନକୁ ଦିନ ଶ୍ରୀକ୍ଷେତ୍ର ଅଶାନ୍ତ ହୋଇପଡ଼ୁଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡ଼ିଛି।
Comments are closed.