Latest Odisha News

BREAKING NEWS

ଜାଣନ୍ତୁ, କ’ଣ ରହିଛି ପୁଦିନାର ଉପକାରୀ ଗୁଣ…

ପ୍ରାୟତଃ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ । ପୁଦିନାର ଅନେକ ଉପକାରୀ ଗୁଣ ରହିଛି । ଏହା ଖାଦ୍ୟର ସ୍ୱାଦ ବଢେଇବା ସହ ଶରୀରପ୍ରତି ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆମକୁ ଅନାବଶ୍ୟକୀୟ ଔଷଧର ବ୍ୟବହାର କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ…

୧. ଖରାଦିନେ ଲୁ’ ଲାଗିବାର ଆଶଙ୍କା ପ୍ରାୟତଃ ଅଧିକ ଥାଏ । ତେବେ ଖରାଦିନେ ପୁଦିନାର ବ୍ୟବହାର ଅଧିକ ମାତ୍ରାରେ କରିବା ଉଚିତ୍ । ଏହା ଶରୀରକୁ ଅନ୍ୟ ସମସ୍ତ ଫାଇଦା ଦେବା ସହ ଶରୀରରେ ଜଳୀୟ ଅଂଶ କମ୍ ହେବାକୁ ଦେବ ନାହିଁ । ଖରାଦିନେ ଲୁ’ରୁ ରକ୍ଷା ପାଇବା ପାଇଁ ପୁଦିନା ପାଣି ପିଇବା ଦରକାର । ବାହାରକୁ ଯାଉଥିଲେ ପୁଦିନା ପାଣି ସାଙ୍ଗରେ ନେଇ ଯାଅନ୍ତୁ ।

୨.ପୁଦିନା ଆମର ପାଚନ କ୍ରିୟାକୁ ଠିକ ରୂପେ ତ୍ୱରାନିତ କରିଥାଏ । ଏହା ସବୁ ପ୍ରକାରର ପେଟ ରୋଗକୁ ଭଲ କରିଥାଏ । ପେଟ କାଟିବା ଗ୍ୟାସ ଆଦି ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ । ତେବେ ନିୟମିତ ଭାବେ ଖାଦ୍ୟରେ ପୁଦିନାର ବ୍ୟବହାର କରିବା ଉଚିତ ।

୩. ଅନେକ ସମୟରେ ବେଶି ସମୟ ପାଟି ବନ୍ଦ କରି ରଖିଲେ ପାଟିରୁ ଦୁର୍ଗନ୍ଧ ବାହାରି ଥାଏ । ଏଥିପାଇଁ ପୁଦିନାପତ୍ରର ବ୍ୟବହାର କରିବା ଉଚିତ । ସତେଜ ପୁଦିନା ପତ୍ରର ବ୍ୟବହାର ଦ୍ୱାରା ପାଟିର ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଜୀବାଣୁ ନାଶକ ଉତ୍ପାଦ ପାଟିରେ ସୃଷ୍ଟି କରୁଥିବା ଜୀବାଣୁକୁ ନଷ୍ଟ କରିଥାଏ ଏବଂ ପଟିରୁ ଦୁର୍ଗନ୍ଧ ବାହାରିବାକୁ ଦିଏନାହିଁ ।

Leave A Reply

Your email address will not be published.