Latest Odisha News

[ଦେଖନ୍ତୁ ଭିଡିଓ] ଜିନ୍ଦଲ ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା

ଅନୁଗୋଳ: ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା ପାଳିତ ହୋଇଛି। ଜିନ୍ଦଲ ପରିସରରେ ତିନି ଦିଅଁଙ୍କ ପାଇଁ ତିନୋଟି ରଥ ନିର୍ମାଣ ହୋଇଥିଲା । ପ୍ରଥମେ ପରିସରରେ ଥିବା ଜଗନ୍ନାଥ ମନ୍ଦିରରୁ ତିନି ଦିଅଁଙ୍କୁ ପହଣ୍ଡି ବିଜେ ପରେ ରଥାରୂଢ କରାଯାଇଥିଲା। ପରେ ପରେ ରଥାରୂଢ ତିନିଦିଅଁଙ୍କ ରଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଚେୟାରମ୍ୟାନ ନବୀନ ଜିନ୍ଦଲ ଛେରାପହଁରା କରିଥଲେ।

ଅନୁଗୁଳ ଜିନ୍ଦଲ ନଗର ଦେବଭୂମି ପରିସରରେ ରଥ ଯାତ୍ରା ଅନୁଷ୍ଠିତ ହୋଇଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ରଥ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବିଶ୍ୱ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ରଥ ମାଉସୀ ମା ମନ୍ଦିର ଅଭିମୁଖେ ବାହାରି ଥିଲେ । ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ପରିବାର ଏହି ରଥ ଯାତ୍ରାରେ ଯୋଗଦେବା ସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ ।

ପୁରୀ ମନ୍ଦିରର ବୈଦିକ ନୀତି ଅନୁସାରେ ପାଳନ କରାଯାଇଥିଲା ନୀତି । ପ୍ରାତଃ ୪.୩୦ ଘଟିକାରୁ ପୁରୋହିତଙ୍କ ଦ୍ବାରା ଏକ ସ୍ବତନ୍ତ୍ର ପୂଜା ନୀତି ଯଥା , ମଣିମା ଡାକ , ଦ୍ବାର ଫିଟା , ମଙ୍ଗଳ ଆରତୀ , ମଇଲମ , ତଡପଲାଗି , ଅବକାଶ ନୀତି , ଇତ୍ୟାଦି କରାଯାଇଥିଲା ।

ସକାଳର ନୀତି – କାନ୍ତି ନିର୍ବାହ କରିବା ସହ ସ୍ବତନ୍ତ୍ର ପୂଜା ଯଥା , ରଥ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ନୀତି କରାଯାଇଥିଲା । ଦେବୀ ଶୁଭଦ୍ରାଙ୍କ ଦର୍ପୋଦଳନ ରଥକୁ ମହିଳାମାନେ ଉତ୍ସାହ ସହ ଟାଣି ଥିଲେ ।

ଏହି ରଥ ଯାତ୍ରାକୁ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଫେସବୁକ ଏବଂ ” ୟୁଟ୍ୟୁବ ଜରିଆରେ ଏହାର ସିଧା ପ୍ରସାରଣ କରାଯାଇଥିଲା , ଯାହାକୁ ବହୁଳ ଭାବେ ଶ୍ରଦ୍ଧାଳୁମାନେ ଏହି ପ୍ରଥମ ରଥ ଯାତ୍ରା ଦେଖବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ ।

 

Leave A Reply

Your email address will not be published.