Latest Odisha News

BREAKING NEWS

ମରଣାନ୍ତକ ଆକ୍ରମଣ କରି ଡୋମିନସର ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ କ୍ରାଇମ୍ କ୍ୟାପିଟାଲ୍ ହେବାକୁ ବସିଲାଣି । ଏସପ୍ଲାନେଡ ମଲ୍ ସ୍ଥିତଡୋମିନସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅପହରଣ ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସଯ

ସୂଚନା ଅନୁସାରେ, ମହିଳା ଜଣଙ୍କ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ରସୁଲଗଡ଼ ଏସପ୍ଲାନେଡ ମଲ୍ ଡୋମିନସରେ କାମ କରନ୍ତି । ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ତାଙ୍କ ସହ ଜଣେ ସହଯୋଗୀଙ୍କୁ ୨ରୁ ତିନିଝଣ ଦୁର୍ବୃତ୍ତ ଅପହରଣ ଉଦ୍ୟମ ବେଳେ ହାତାହାତି ହୋଇଥିଲେ । ମହିଳା ଜଣଙ୍କ ହାତ ଓ ବେକରେ ଛୁରିମାଡ଼ କରି ଦୁର୍ବୃତ୍ତ ମାନେ ଖସିଯିବାକୁ ଉଦ୍ୟମ କରିଥିଲେ । ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୨ ଜଣଙ୍କୁ ଅଟକ ରଖିଛି ।

ପୋଲିସ ସୂଚନା ଅନୁସାରେ, ମହିଳା ଜଣଙ୍କୁ ଭଦ୍ରକର ଜଣେ ଯୁବକ ଭଲ ପାଉଥିଲେ । ପରିବାର ଲୋକଙ୍କ ଅଜାଣତରେ କୋର୍ଟରେ ବିବାହ କରିଥିଲେ । ହେଲେ କିଛି ସମସ୍ୟା ଯୋଗୁ ଯୁବକଙ୍କ ପାଖରେ ରହି ନଥିଲେ । ଫଳରେ ଯୁବକ ଜଣଙ୍କ ଏଭଳି କରିଥିବା ପୋଲିସ ସୂଚନା ଦେଇଥିବା ବେଳେ ପରିବାର ଲୋକଙ୍କ ଡକା ଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.