Latest Odisha News

କିମ ଜୋଙ୍ଗଙ୍କ ଅଦ୍ଭୁତପୂର୍ଣ୍ଣ ବୟାନ: ଏଲିୟନଙ୍କ ଯୋଗୁ ବ୍ୟାପିଲା କରୋନା

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ବୟାନ ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାଏ । ଏବେ କରୋନା ଭାଇରସ ଉତର କୋରିଆରେ ତାର କରାଳ ରୂପ ଦେଖାଉଛି । ତେବେ କିମ ଜୋଙ୍ଗ ଏଥିପାଇଁ ଏଲିୟନଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଦକ୍ଷିଣ କୋରିଆ ନିକଟବର୍ତୀ ସୀମାରେଖା ନିକଟରେ ଏଲିୟନ୍ସମାନେ ବେଲୁନରେ କରୋନା ଭାଇରସ ପୂରାଇ ଛାଡିଥିଲେ । ଏହାକୁ ଜଣେ ୧୮ ବର୍ଷୀୟ ସୈନିକ ଓ ୫ ବର୍ଷର ଛୋଟ ପିଲା ଛୁଇଁବା ଫଳରେ ସେମାନଙ୍କୁ କରୋନା ହୋଇଥିଲା । ପରେ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରିଥିଲା ।

ଏପରିକି ବର୍ଡର ସେପଟୁ ଉଡି କରି ଆସୁଥିବା କୌଣସି ପଦାର୍ଥକୁ ହାତ ନ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉତର କୋରିଆରେ ୨୦ ଲକ୍ଷ ଲୋକ କରୋନା କବଳରେ ପଡିଥିବା ଜଣାପଡିଛି । ତେବେ ଦକ୍ଷିଣ କୋରିଆ କିମଙ୍କ ଏହି ବୟାନକୁ ହାସ୍ୟସ୍ପଦ ବୋଲି କହିଛି । ଏହାର ପ୍ରମୁଖ କାରଣ ହେଲା କୌଣସି ବସ୍ତୁ ମାଧ୍ୟମରେ କରୋନା ବ୍ୟାପି ନ ଥାଏ ।

Leave A Reply

Your email address will not be published.