Latest Odisha News

BREAKING NEWS

ବୁମ ବୁମ ବୁମରାହଙ୍କ କମାଲ: ବ୍ରଡଙ୍କ ଓଭରରେ ନେଲେ ୩୫ ରନ

ଏଜବେଷ୍ଟନ: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ ମଧ୍ୟ କମାଲ କରିିଛନ୍ତି ଅଧିନାୟକ ଯଶପ୍ରୀତ ବୁମରାହ । ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ସେ ୩୫ ରନ ସଂଗ୍ରହ କରିଥିଲେ । ବ୍ରଡଙ୍କ ଏହି ଓଭରରେ ବ୍ୟାଟରୁ ୨୯ ଏବଂ ଅତିରିକ୍ତରୁ ୬ ରନ ମିଳିଥିଲା । ଏଥିସହ ବ୍ରଡ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ମହଙ୍ଗା ଓଭର ପକାଇଛନ୍ତି । ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର ରବର୍ଟ ପିଟରସନ, ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଓ ଜୋ ରୁଟ ଗୋଟିଏ ଓଭରରେ ୨୮ ଲେଖାଁଏ ରନ ଦେଇଥିଲେ । ଏହା ପୂର୍ବରୁ ଟି୨୦ରେ ମଧ୍ୟ ସେ ସବୁଠାରୁ ମହଙ୍ଗା ଓଭର ପକାଇଥିଲେ । ୨୦୦୭ ବିଶ୍ୱକପରେ ଯୁବରାଜ ସିଂ ତାଙ୍କ ଓଭରରେ ୩୬ ରନ ମାରିଥିଲେ । ବ୍ରଡଙ୍କ ସହ ଶ୍ରୀଲଙ୍କାର ଅକିଲା ଧନଂଜୟ ମଧ୍ୟ ଟି୨୦ରେ ଗୋଟିଏ ଓଭରରେ ୩୬ ରନ ଦେଇଥିଲେ ।

ବୁମରାହ ମଧ୍ୟ ଏକ ନିଆରା ରେକର୍ଡ କରିଛନ୍ତି । ସେ ଗୋଟିଏ ଓଭରରେ ୩୫ ରନ ସଂଗ୍ରହ କରି ବ୍ରାଏନ ଲାରା (୨୮), ଜର୍ଜ ବେଲୀ (୨୮) ଓ କେଶବ ମହାରାଜା (୨୮)ଙ୍କୁ ପଛରେ ପକାଇ ଦେଇଛନ୍ତି । ସେହିପରି ୧୦ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଅଧିନାୟକ ଭାବେ ସର୍ବାଧିକ ୩୧ ରନ କରିଛନ୍ତି । ତାଙ୍କ ପୂର୍ବରୁ ବିଶେନ ସିଂ ବେଦୀ ୩୦ ରନ କରିଥିଲେ ।

Leave A Reply

Your email address will not be published.