Latest Odisha News

BREAKING NEWS

ଏସିଆନ ମହିଳା ଭଲିବଲ ଚାମ୍ପିୟନଶିପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ୨୧ତମ ଏସିଆନ ମହିଳା ଭଲିବଲ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୧୨ ଜଣିଆ ଭାରତୀୟ ଟିମରେ ଓଡ଼ିଶାର ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ସ୍ନେହମୟୀ କିଶାନ ଓ ମାମାଲି ନାଗ ।

ଓଡିଶା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି । କାଜକସ୍ତାନରେ ଜୁଲାଇ ୪ରୁ ୧୧ ପର୍ଯ୍ୟନ୍ତ ଏହି ମୁକାବିଲା ଆୟୋଜିତ ହେବ ।

ଟିମ ଇଣ୍ଡିଆ ଖୁବ ଶୀଘ୍ର କାଜକସ୍ତାନ ଅଭିମୁଖେ ଯାତ୍ରା କରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ଏହି ଦୁଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଯାଇଛି ।

Leave A Reply

Your email address will not be published.