Latest Odisha News

ରୁଚିକା ଆତ୍ମହତ୍ୟା ଘଟଣା: ମୃତ ଛାତ୍ରୀଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ ବିରୋଧରେ ନାରାବାଜି କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର  : ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଭିନ୍ନ ଛାତ୍ର ସଂଗଠନ । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ ବିରୋଧରେ ନାରା ବାଜି କରିଛନ୍ତି ଛାତ୍ରଛାତ୍ରୀ ।

ରୁଚିକାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ବାପା-ମାଆଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ଗାଁରୁ ସହରକୁ ଆସିଥିଲେ ରୁଚିକା । ଝିଅକୁ କଲେକ୍ଟର କରିବା ପାଇଁ ଚାହୁଁଥିବା ବାପା-ମାଆ ସବୁ ଅଭାବକୁ ପଛରେ ପକାଇ ଝିଅକୁ ଭୁବନେଶ୍ୱରର ବଡ କଲେଜରେ ପଢାଇବା ପାଇଁ ବିଜେବି କଲେଜକୁ ପଠାଇ ଥିଲେ । ହ

ଷ୍ଟେଲରେ ରହି ପାଠ ପଢୁଥିଲେ ରୁଚିକା । ୟୁପିଏସସି ପରୀକ୍ଷା ପାଇଁ ବି ପ୍ରସ୍ତୁତ ହେଉଥିଲେ । ହେଲେ କଲେଜରେ ତାଙ୍କ ଉପରେ ହେଉଥିବା ରାଗିଂ ଅହସ୍ୟ ହୋଇପଡିଲା । ଯାହାକୁ ସହି ପାରିଲେ ନାହିଁ, ରୁଚିକା । ସୁଇସାଇଡ୍ ନୋଟ ଲେଖି ଆତ୍ମହତ୍ୟା କରିଦେଲେ । ହଷ୍ଟେଲ ରୁମ୍ ଭିତରୁ ତାଙ୍କ ମୃତଦେହ ପାଖରୁ ମିଳିଥିବା ସୁଇସାଇଡ୍ ନୋଟ୍ କଲେଜରେ ହେଉଥିବା ରାଗିଂକୁ ପଦାକୁ ଆଣିଛି ।

Leave A Reply

Your email address will not be published.